ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ରେଞ୍ଜର କର୍ମଚାରୀମାନେ ରାତ୍ର କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବେଲଘର ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଝିରିପାଣି ସେକ୍ସନରେ ଶିକାର ଉଦ୍ଦେଶ୍ୟରେ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଯାଉଥିବା ସମୟରେ ବନ ବିଭାଗ ଦୁଇ ଅଭିଯୁକ୍ତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଦେଶୁଘାଟି ଗ୍ରାମର ସୁରେନ୍ଦ୍ର ଜାନି (୨୭) ଏବଂ ଉପେନ୍ଦ୍ର ଜାନି (୪୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏହି ସମ୍ପର୍କରେ, ବନ୍ୟପ୍ରାଣୀ (ସୁରକ୍ଷା) ଆଇନ’୧୯୭୨ର ଧାରା ୩୯(ଆଇ)ଡି ଅନ୍ତର୍ଗତ ବେଲଘର ରେଞ୍ଜ କେଶ ନଂ. ୧୪/ ୨୦୨୬-୨୭ ଅନୁଯାୟୀ ଏକ ବନ୍ୟପ୍ରାଣୀ ମାମଲା ରୁଜୁ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ତୁମୁଡିବନ୍ଧ ଜେଏମଏଫସି କୋର୍ଟକୁ ପଠାଯାଇ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବିଷୟ ବାଲିଗୁଡା ଡିଏଫଓ ଘନଶ୍ୟାମ ମହନ୍ତ ପ୍ରକାଶ କରିଛନ୍ତି ।
