jsm

ପାରିବାରିକ କଳହକୁ କେନ୍ଦ୍ର କରି ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା

csstore

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଗାୟତ୍ରୀ ନଗର ବାସିନ୍ଦା ତଥା ଆସାମରେ ସିଆରପିଏଫ ଜବାନ ଭାବେ କାର୍ଯ୍ୟ କରୁଥିବା ଅଶୋକ ବେହେରା ପାରିବାରିକ କଳହକୁ କେନ୍ଦ୍ର କରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଅଶୋକ ବର୍ତ୍ତମାନ କିଛିଦିନ ହେଲା ବାଲିଗୁଡା ନିଜ ଗ୍ରାମକୁ ଛୁଟିରେ ଆସିଥିଲେ । ସେ ଦୀର୍ଘ ଦିନ ହେଲା ପାରିବାରିକ ଅଶାନ୍ତିରେ ରହିଆସୁଥିଲେ । ରବିବାର ରାତିରେ ଖାଇ ପିଇ ଶୋଇଥିଲେ, ସୋମବାର ସକାଳୁ ସେ ଉଠି ନ ଥିଲେ । ସାଙ୍ଗ ସାଥି ପାଖ ପଡୋଶୀ ଫୋନ କଲେ କିମ୍ବା କବାଟ ବାଡେଇଲେ ମଧ୍ୟ ଉଠିନଥିଲେ, ସମସ୍ତଙ୍କ ମନରେ ସନ୍ଦେହ ଜାତ ହେବାରୁ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଅଶୋକକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ଶବ ବ୍ୟବଛେଦ ପରେ ରିପୋର୍ଟରେ କୀଟନାଶକ ଔଷଧ ଖାଇ ଦେଇଥିବାରୁ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା । ଏ ନେଇ ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଏନେଇ କନ୍ଧମାଳ ସିଆରପିଏଫ ବାଟାଲିୟନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଶବ ସଂସ୍କାର କରାଯାଇଥିଲା ।

yuvodaya
Leave A Reply

Your email address will not be published.