jsm

ସାଇବର ସୁରକ୍ଷା ଉପରେ ଶିଶୁ ଓ ଅଭିଭାବକ ମାନଙ୍କ ସଚେତନତା ଶିବିର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଏକ ସାଇବର ସୁରକ୍ଷା ଉପରେ ଶିଶୁ ଓ ଅଭିଭାବକ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଆରମ୍ଭ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ କହିଲେ ସାଇବର ସୁରକ୍ଷା ପାଇଁ ରଖିବା, ଅନ୍ୟାନ୍ୟ ଅଜଣା ଲିଙ୍କ୍‌କୁ କ୍ଲିକ୍ ନ କରିବା, ସାଇବର୍ ବୁଲିଂ ଅର୍ଥାତ୍ ଭୟଭୀତ କରୁଥିବା ବିଷୟ ଜଣାଇବା ଏବଂ ସରକାରୀ ସହାୟତା ନମ୍ୱର୍ ୧୯୩୦କୁ ତୁରନ୍ତ ଜଣାଇବା ପାଇଁ ବୁଝାଇ କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ଦିଗମ୍ବର ନାୟକ ଶିଶୁମାନେ ଶିକ୍ଷା ପ୍ରତି ଆଗ୍ରହ ହୋଇ ବୈଷୟିକ, ସେଲ୍ଫ ଫାଇନାନ୍ସ, ପି ପି ପି ମୋଡ୍‌, ବୃତ୍ତି ଭିତ୍ତିକ ଶିକ୍ଷାରେ ନିଯୁକ୍ତି ସୁଯୋଗ ଥିବାରୁ ଅନୁସରଣ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଯେକୌଣସି ଅନଲାଇନ ତଥା ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସ୍‌ ଆପ୍‌, ୟୁଟ୍ୟୁବ ଭିଡିଓ, ମେସେଜର ଭଲ ଦିଗ ଗୁଡିକୁ ଅନୁସରଣ କରି ଭୁଲ ଦିଗକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ ଶିଶୁ ମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ୍ ଦେଇଥିଲେ ।

yuvodaya
Leave A Reply

Your email address will not be published.