jsm

ପ୍ରବଳ ବର୍ଷା ଆଶଙ୍କା, ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା

csstore

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ପ୍ରକୃତିର ତାଣ୍ଡବ ଆଶଙ୍କା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯିବା ସହ ନୂଆପଡ଼ାକୁ ‘ରେଡ୍ ଜୋନ୍’ ଭାବେ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା (ଆଦେଶ ସଂଖ୍ୟା : ୪୬୮୦) ଅନୁଯାୟୀ, ଆଜି ଅର୍ଥାତ୍ ୦୬.୦୭.୨୦୨୬ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ । ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାର ସମସ୍ତ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବର୍ଷା ଯୋଗୁଁ ଯଦି କୌଣସି କ୍ଷୟକ୍ଷତି ହୁଏ, ତେବେ ତୁରନ୍ତ ସିଆର୍‌ସିସି ଜରିଆରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ରିପୋର୍ଟ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ସୂଚନା ସମସ୍ତ ଶିକ୍ଷା ଅଧିକାରୀଙ୍କ ସମେତ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଓଏସ୍‌ଇପିଏକୁ ମଧ୍ୟ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି । ପ୍ରବଳ ବର୍ଷାକୁ ଦେଖି ଲୋକମାନଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

yuvodaya
Leave A Reply

Your email address will not be published.