csstore

ସ୍କୁଲ ଗେଟରେ ଝୁଲୁଛି ତାଲା : ପ୍ରହରୀ ମଣ୍ଡପରେ ପାଠ ପଢ଼ିଲେ ପିଲା

  • ଗଛ ମୂଳେ ଖାଇଲେ ମଧ୍ୟାହ୍ନ ଭୋଜନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ତେଲପାଲି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା କେହି ତାଲା ଦେବାରୁ ଛାତ୍ରଛାତ୍ରୀମାନେ ପ୍ରହରୀ ମଣ୍ଡପରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ତେବେ ଆଜି ଦିନ ୯ଟାରେ ପିଲାମାନେ ପାଠ ପଢିବାକୁ ଯାଇଥିଲେ କିନ୍ତୁ ଗେଟର ତାଲା ଖୋଲି ନଥିବାରୁ ଶିକ୍ଷକଙ୍କୁ ବାହାରେ ଅପେକ୍ଷା କରିଥିଲେ । ପରେ ଶିକ୍ଷକମାନେ ଆସି ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ କିଏ ତାଲା ଦେଇଛି ସେନେଇ ଗାଁ ଲୋକେ ମଧ୍ୟ ତନାଘନା ଆରମ୍ଭ କରିଥିଲେ । କୌଣସି ସୂଚନା ନ ମିଳିବାରୁ ଗାଁ ମଝିରେ ଥିବା ପ୍ରହରୀ ମଣ୍ଡପକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ଏପରି କି ଗାଁ ଲୋକେ ଗଛ ମୂଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେଇଥିବା ଦେଖା ଦେଇଥିଲା । ତେବେ ଅପରାହ୍ନ ସୁଦ୍ଧା ତାଲା ଖୋଲି ନଥିବାରୁ ପିଲାମାନେ ପ୍ରହରୀ ମଣ୍ଡପରେ ପାଠପଢା ଘରକୁ ଫେରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ୧୯୭୬ ମସିହାରେ ଗଢି ଉଠିଥିବା ଏହି ବିଦ୍ୟାଳୟର ନିଜସ୍ୱ ଜମିପଟା ରହିଥିଲେ ବି ଏହି ଜାଗାକୁ ନିଜର ଦର୍ଶାଇ ଜଣେ ବ୍ୟକ୍ତି ଗେଟରେ ତାଲା ଦେଇଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି । ତେବେ ବିଦ୍ୟାଳୟ ଗେଟରେ ତାଲା ଦେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

jayashree
Leave A Reply

Your email address will not be published.