csstore

ପାଇକମାଲରେ ମାଇଁ ଭାରତ ପକ୍ଷରୁ ଯୁବ କ୍ଲବ ବିକାଶ ଅଭିଯାନ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରାକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ମାଇଁ ଭାରତ କେନ୍ଦ୍ର ବରଗଡ଼ ପକ୍ଷରୁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଦିନତିନି ପର୍ଯ୍ୟନ୍ତ ଆୟୋଜିତ ଯୁବ କ୍ଲବ ବିକାଶ ଅଭିଯାନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ଭାରତ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମରେ ଯୁବ ଶକ୍ତି ହେଉଛନ୍ତି ଆମ ଦେଶର ଶକ୍ତି, ସେମାନଙ୍କୁ କିପରି ଭାବରେ ଦକ୍ଷତା ତଥା ସାମାଜିକ, ଅର୍ଥନୈତିକ, କ୍ରୀଡ଼ା, ସାଂସ୍କୃତିକ, ବ୍ୟବସାୟିକ ଉନ୍ନତି କରିବା ସହିତ ଦେଶର ଉନ୍ନତି ପାଇଁ ଯୁବଶକ୍ତି ମୁଖ୍ୟ ଭୂମିକାରେ ରହେ, ସେଥି ପାଇଁ ଯୁବଶକ୍ତିର ବିକାଶ ଧାରା ଆଗେଇବା ପାଇଁ ଭାରତ ସରକାରଙ୍କ ଏକ ନିଆରା ପ୍ରୟାସ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଇଁ ଭାରତ ବରଗଡ଼ ଜିଲ୍ଲା ଯୁବ ଅଧିକାରୀ କମଲ ସା, ସମାଜସେବୀ ପ୍ରଫୁଲ୍ଲ ମାକର, ଲୁକୁ ରଣ, ଅନିଲ ସାହୁ, ଜମନ କରେଇ, ସନାତନ ପାଣ୍ଡେ, ଲେନିଶ ଚନ୍ଦ୍ର ସାହୁ, ରିଙ୍କୁ ପ୍ରଧାନ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଯୁବଶକ୍ତିର ୟୁଥ୍ ଆଇକନ ସ୍ୱାମୀ ବିବେକାନନ୍ଦଙ୍କୁ ପୁଷ୍ପମାଳା ଅର୍ପଣ କରିଥିଲେ । ପରେ ଭାରତ ସରାକରଙ୍କ ଏହି ବିଭାଗର ବିଭିନ୍ନ ସ୍କିମ ବାବଦରେ ଅଭିଭାଷଣ ପ୍ରଦାନ କରିବା ସହ ଯୁବଶକ୍ତି କିପରି ପରିବେଶ ସୁରକ୍ଷା ବୃକ୍ଷରୋପଣ କରିବେ ଏବଂ ଯୁବଶକ୍ତି କିପରି ନିଶାମୁକ୍ତ ରହିବା ଓ ନିଶା ଦ୍ରବ୍ୟ ବ୍ୟବହାର ଯୁବଶକ୍ତିକୁ କିପରି କୁପ୍ରଭାବ ସହିତ ଦେଶ ପାଇଁ କୁପ୍ରଭାବ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ସଭାଶେଷରେ ସମୂହ ଜାତୀୟ ସଙ୍ଗୀତ ଗାନ କରି ସମାପନ କରାଯାଇଥିଲା । ଘନଶ୍ୟାମ ସତରୀୟ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.