csstore

ଗଛତଳେ ରହିବା ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ

ବୌଦ୍ଧ, (କେପିଏନ୍‌ଏସ୍‌) : ବର୍ଷା ସମୟରେ ଗଛତଳେ ରହିବା ହେଲା କାଳ । ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ବଜ୍ରାଘାତରେ ଦୁଇଜଣ ନାବାଳକଙ୍କର ଅକାଳ ବିୟୋଗ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତ ଦୁଇ ନାବାଳକ ହେଲେ ଚରଣ ଜଗଦଳା (୧୫) ଏବଂ ବିଶ୍ୱଜିତ ମିର୍ଦ୍ଧା (୧୧) ।

jayashree
Leave A Reply

Your email address will not be published.