
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ରାଉରକେଲା ଶାଖାର ୫୨ତମ ବାର୍ଷିକ ଉତ୍ସବ ରବୀନ୍ଦ୍ର ନଜରୁଲ ସଂଧ୍ୟା ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ରାୟ ତପାଦାର ଓ ପଲ୍ଲବ ଚାଟାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପରେ ଯୋଗ ଦେଇଥିଲେ ଆର୍ଏସ୍ପିର ଇଡି ତରୁଣ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଭାତୀ ମିଶ୍ର, ଇଡି. ପ୍ରୋଜେକ୍ଟ ସୁଦୀପ ପାଲ ଚୌଧୁରୀ ନବନୀତା ପାଲ ଚୌଧୁରୀ, ସମ୍ମେଳନର ଆଂଚଳିକ ସମିତି ସଚିବ ଆଶିଷ ଗୁପ୍ତ, ଆଂଚଳିକ କାର୍ଯ୍ୟକାରୀ ସଭାପତି ମନୋଜ ଶତପଥୀ, କେନ୍ଦ୍ରୀୟ ମୁଖପାତ୍ର ତଥା ସମ୍ମେଳନ ସମ୍ପାଦକ ବିପୁଳ ଗୁପ୍ତା ଉପସ୍ଥିତ ଥିଲେ । ଶାଖାର ସଭାପତି ଦଲୀପ କୁମାର ଭୂଇ ସ୍ଵାଗତ ଭାଷଣ ଓ ସମ୍ପାଦକ ସୁଚିସ୍ମିତା ବିଶ୍ଵାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଶାଖାର ସାହିତ୍ୟ ବିଭାଗର ସମ୍ପାଦିକା ଅର୍ପିତା ଭଟ୍ଟାଚାର୍ଯ୍ୟଙ୍କ ସହଯୋଗରେ ମୁଖପତ୍ର “ଶଂଖ” ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ବିଚାରକ ମଣ୍ଡଳୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବଙ୍ଗଳା ଓ ଓଡ଼ିଆ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ମୋନାଲିସା ମିଶ୍ର, ଡ. କୃପାସିନ୍ଧୁ ନାୟକ, ସୁଚିସ୍ମିତା ବିଶ୍ଵାସ, ଅର୍ପିତା ଭଟ୍ଟାଚାର୍ଯ୍ୟ, ପଲ୍ଲବ ଚାଟାର୍ଜୀ, ଶୈଳେନ୍ଦ୍ର ନାଥ ଭଟ୍ଟାଚାର୍ଯ୍ୟ ପ୍ରମୁଖ କବିତା ପାଠ କରିଥିଲେ । ମୌସୁମୀ ରାୟ ତପାଦାର କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ମିତା ନସ୍କରଙ୍କ ନିର୍ଦ୍ଦେଶନାରେ ଶିଶୁଶିଳ୍ପୀ ମାନଙ୍କ ଦ୍ଵାରା ପରିବେଶିତ “ଜଂଗଲ କଥା” ପରିବେଷଣ କରାଯାଇଥିଲା । ରବୀନ୍ଦ୍ରନାଥ ଠାକୁର ଏବଂ କାଜୀ ନଜରୁଲଙ୍କ ଉପରେ ଆଧାରିତ “ହୃଦୟେ ରବୀନ୍ଦ୍ରନାଥ ଚେତନାୟ ନଜରୁଲ”, ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ସଂଗୀତ ପରିଚାଳନାରେ ସୁସ୍ମିତା ନସ୍କର, ଗ୍ରନ୍ଥନାରେ ଶର୍ମିଷ୍ଠା ବାନାର୍ଜୀ ଏବଂ ନୃତ୍ୟ ନିର୍ଦ୍ଦେଶନାରେ ଜୟା ମୁନ୍ସି ଥିଲେ । ସଂଗୀତରେ ଅଂଶ ଗ୍ରହଣ କରିଥିଲେ ସୁସ୍ମିତା ନସ୍କର, ଶର୍ମିଷ୍ଠା ବାନାର୍ଜୀ, ଅନ୍ଵେଷା ସେନଗୁପ୍ତ, ଡ. ଶମ୍ପା ମଜୁମଦାର, ସଂଯୁକ୍ତା ସେନ, ତମିଶ୍ରା ଭଟ୍ଟାଚାର୍ଯ୍ୟ, ଶୁକ୍ଳା ପାଲ, ଜୟା ମୁନ୍ସି, ଶର୍ବରୀ ବୋଷ, ରିମି ଚକ୍ରବର୍ତ୍ତୀ, ସୋମା ସେନ, ଉଷଭ ଗୁରଧାରୀ ଓ ପାପିୟା ମଜୁମଦାର । ନୃତ୍ୟ ପରିବେଷଣ କରିଥିଲେ, ଜୟା ମୁନ୍ସି ଧେୟରୂପା ରାୟ, ହୀଲମ ରାୟ, ଐଶିକା ବାନାର୍ଜୀ ଏବଂ ଦେବିକା ଘୋଷ ପ୍ରମୁଖ ।
