ଚାଷୀ ସମସ୍ୟା ନେଇ ଖପ୍ରାଖୋଲ ବିଜେପି ତରଫରୁ ରାସ୍ତାରୋକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଓ ଧଣ୍ଡାମୁଣ୍ଡାରେ ବିଜେପି ତରଫରୁ ରାସ୍ତା ଅବରୋଧକରାଯାଇଥିଲା । ଚାଷୀଙ୍କ ହିତପାଇଁ ତଥା ମଣ୍ଡିରେ ପଡିଥିବା ଧାନ ଉଠାଇବା କଟନୀ ଛଟନୀ ବନ୍ଦ କରିବା ଟୋକନ ପାଇ ନଥିବା ଚାଷୀଙ୍କୁ ଟୋକନ ଯୋଗାଇ ଧାନ କିଣିବା ଇତ୍ୟାଦି ପାଇଁ ଖପ୍ରାଖୋଲ ବିଜେପି ଆଜି ଖପ୍ରାଖୋଲ ଥାନା ଛକରେ ଓ ଧଣ୍ଡାମୁଣ୍ଡା ଗାଁରେ ମଧ୍ୟ ରାସ୍ତା ଅବରୋଧ କରି ରାସ୍ତାରେ ଧାରଣାରେ ବସିଛନ୍ତି । ସାରା ରାଜ୍ୟରେ ବଜେପି ଆନ୍ଦୋଳନକୁ ଓହ୍‌ହ୍ଲାଇଥିବା ବେଳେ ପଶ୍ଚିମ ଓଡିଶାରେ ଆଜି ଚାଷୀଙ୍କ ସୁବିଧା ପାଇଁ ରାସ୍ତା ଅବରୋଧ କରିଛନ୍ତି । ଏହି କାର୍ୟ୍ୟକ୍ରମ ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ ତଥା ବ୍ଲକ ବିଜେପି ଯୁବ ସଭାପତି ଉପେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବହୁତ ଚାଷୀ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୀତାରାମ ବାଗ, ହରିପୋଡ଼, ସନ୍ତୋଷ ଗଡ଼ତ୍ୟା ସେହିପରି ଧଣ୍ଡମୁଣ୍ଡାର କ୍ଷମାସାଗର ଭୋଇ, କର୍ଣ୍ଣ ସିଂ ଠାକୁର ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.