jayashree

ବେଆଇନ କରତ କଳ ଜବତ      

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତ ଗଣ୍ଡପାଲି ଗ୍ରାମ ଆମ୍ବ ତୋଟା ଠାରେ ବହୁ ଦିନରୁ ବେଆଇନ କରତ କଳ ସାଲେଭଟା ଫରେଷ୍ଟ ବିଭାଗ ପକ୍ଷରୁ ଚଢାଉ କରି ବହୁ ଗଛ, ପଟା, ମେସିନ, ଟ୍ରାକ୍ଟର ଜବତ କରାଯାଇଛି । ଏହି କରତ କଳରେ ଗଛ ଗୁଡ଼ିକ କାଟି ପଟା, ବିମ୍, କଡି ତଥା ଘରୋଇ ଉପକରଣ ତିଆରିକରି ଗଛ ବିକ୍ରି କରାଯାଉଥିଲା । ଏଥିରେ ବମ୍ବୁଡ଼, କଗଛ, ଗମ୍ଭାରି, କରଳ।, ଖଇସ, ଆକାସିଆ, ସେମେଲ ଗଛ, ପ୍ରଭୁତି ୭୦ ହଜାରରୁ ଅଧିକଗଛ , ମେସିନ ଓ ଟ୍ରାକ୍ଟର ଜବତ କରାଯାଇଛି । କରତ ମେସିନକୁ ଟ୍ରାକ୍ଟରରେ ସଂଯୋଗ କରାଯାଇ ମେସିନ ଚାଳନା କରାଯାଉଥିଲା । ଉକ୍ତ ସ୍ଥାନରେ ଗଛକ।ଟୁଥିବା ବେଳେ ଫରେଷ୍ଟ ବିଭାଗ ପକ୍ଷରୁ ଚଢାଉ କଲା ବେଳେ ଦୁର୍ବୃତ୍ତମାନେ ଫେରାର ମାରିଥିଲେ । ଏହି ଚଢାଉ ସମୟରେ ଫରେଷ୍ଟ ବିଭାଗର ଚୌଧୁରୀ ଦଳପତି, ବିଶାଳ ବିଭାର ଓ ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ଵାଇ, ଅଂଶୁମାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.