jayashree

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ସାମିଲ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ କି ବାତ’ର ପ୍ରସାରଣ ଅବସରରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ କଲଙ୍ଗାପାଲି ସାହୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସାମିଲ ହୋଇଥିଲେ । ଏହି ଅବସରରେ ସେ ଉପସ୍ଥିତ କର୍ମୀ ଓ ସାଧାରଣ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶ୍ରବଣ କରିଥିଲେ । ସାଂସଦ ଶ୍ରୀ ପୁରୋହିତ କହିଥିଲେ ଯେ, ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ବିଭିନ୍ନ ସାମାଜିକ, ଶିକ୍ଷା ଓ ରାଷ୍ଟ୍ର ନିର୍ମାଣ ସମ୍ବନ୍ଧୀୟ ବିଷୟରେ ମତାମତ ରଖୁଛନ୍ତି । କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସଞ୍ଜୟ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ମହାପାତ୍ର, ମଦନ ଦୀପ, ଆଦିକନ୍ଦ ପୁରୋହିତ, କବିଚନ୍ଦ୍ର ସାହୁ, ରଞ୍ଜନ ପଣ୍ଡାଙ୍କ ସମେତ ଗାଇସିଲାଟ ଓ କଲଙ୍ଗାପାଲି ଗ୍ରାମର ବୁଦ୍ଧିଜୀବୀ, ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଶେଷରେ ପ୍ରବୀଣ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.