jayashree

ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ମହାନଦୀ ବ୍ରିଜ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋନପୁର ସହର ମହାନଦୀ ପୋଲ ଉପରୁ ସ୍ୱାମୀ ଦେଖୁ ଦେଖୁ ତାଙ୍କ ସମ୍ମୁଖରେ ତଳକୁ ଡେଇଁ ପଡ଼ିଲେ ବିବାହିତା ମହିଳା । କୌଣସି କାମରେ ନିଜ ଗାଁ କଇଁଫୁଲରୁ ବାହାରି ଉଲୁଣ୍ଡା ପଟକୁ ସ୍ୱାମୀଙ୍କ ସହିତ ଯାଉଥିବା ବେଳେ ମହାନଦୀ ପୋଲରେ ଅଟକି ସ୍ୱାମୀ ଚାହୁଁ ଚାହୁଁ ପୋଲରୁ ମହାନଦୀକୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ସେ ଡେଇଁବା ପରେ ମହାନଦୀ ପାଣି ଉପରେ ପଡିବାରୁ ବାର ବାର ବଞ୍ଚିଯାଇଥିବା ସେଠାରେ ଗୋଧାଉ ଥିବା ସ୍ଥାନୀୟ କିଛି ଯୁବକ କହିଛନ୍ତି । ସେ ଓହଳି ଯାଉଥିବା ବେଳେ ପ୍ରଥମେ ସ୍ଥାନୀୟ ଯୁବକ ଏବଂ ପରେ ଘଟଣା ସ୍ଥଳରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ଦେ ସୂଚନା ଦେଇଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଉପସ୍ଥିତିରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଘର ଲୋକଙ୍କୁ ସୂଚନା ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସମ୍ପୃକ୍ତ ମହିଳାଙ୍କ ଘର ବଲାଙ୍ଗିର ପାଖ ଅଞ୍ଚଳର ହୋଇଥିବା ବେଳେ ସେ ସୋନପୁର ସଦର ବ୍ଲକ କଇଁଫୁଲ ଗାଁରେ ବାହା ହୋଇଥିଲେ । ହେଲେ କେଉଁ କାରଣରୁ ସେ ଡେଇଁଲେ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପକୁ ଜନସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.