jayashree

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଞ୍ଚଳର ବରିଷ୍ଠ ନାଗରିକ ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ଫେଲିକ୍ସ ଖାଲକୋ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଖାଲକୋଙ୍କ ବିୟୋଗରେ ହମିରପୁର ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରଲ ଚର୍ଚ୍ଚ ଠାରେ ସାମୁହିକ ପ୍ରାର୍ଥନା ଓ ସେଣ୍ଟ ମଦର ଟେରେସା ପାରିସ ହଲ ଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫାଦର ସୁଶିଲ କୁମାର କେରକେଟାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶୋକସଭାରେ ହମିରପୁର ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇ ଅମର ଆତ୍ମାର ସଦ୍‌ଗତି ପାଇଁ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଖାଲକୋଙ୍କ ପତ୍ନୀ ଆଲଫୋନସା ଲାକ୍ରା, ସତିଶ, ରୋଜାଲିନ, ପୱନ, ଆମିଶି, ମନିଷା ପ୍ରମୁଖ ପରିବାର ବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.