jayashree

ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ : ଗ୍ରାମୀଣ ଐତିହ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ବାଲେଶ୍ୱର, (କେପିଏନ୍‌ଏସ୍‌ ): ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ବ୍ରହ୍ମା କନ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମୀଣ କଳା, ଲୋକସଂସ୍କୃତି ଓ ସାମାଜିକ ଏକତାର ପ୍ରଚାର ଓ ପ୍ରସାର ପ୍ରମୁଖ ଦିଗ ଉପରେ ଆଲୋଚନା ହୋଇଥିଲା । ବ୍ରହ୍ମା କନ୍ୟା ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଡଃ. ବିଶ୍ୱଜିତ ପାତ୍ର ଯୋଗଦେଇ ଐକ୍ୟ, କଳା, ସଂସ୍କୃତି, ପରମ୍ପରାକୁ ବଜାୟୀ ରଖିବା ପାଇଁ ଯୁବପିଢ଼ୀମାନେ ଆଗକୁ ଆଗେଇଆସିବା ପାଇଁ ଆହ୍ୱାନ ଦେଇଥିବାବେଳେ ନିର୍ଦ୍ଦେଶିକା ଜୟନ୍ତୀ ରାଣୀ ଭୂୟାଁ, ସଂପାଦକ ସଂଗ୍ରାମ କେଶରୀ ଭୂୟାଁ ପ୍ରମୁଖ ଯୋଗଦେଇ ଗ୍ରାମୀଣ ସଂସ୍କୃତି, ଲୋକନୃତ୍ୟ, ହସ୍ତଶିଳ୍ପ ଓ ପାରମ୍ପରିକ କଳାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଭଦ୍ରବ୍ୟକ୍ତି ଏବଂ ଫାଉଣ୍ଡେସନର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ହୋଇ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.