
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ବଲାଙ୍ଗିର ସହରରରୁ ଆସିଛି ଏକ ବଡ଼ ଖବର । ସହରର ପାଟଣା ଛକରେ ଜଣେ ଫରେଷ୍ଟର ବାବୁଙ୍କୁ ମାତାଲ ଅବସ୍ଥାରେ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମଦ ପିଇ କାର ଚାଲାଉଥିଲେ । ଆଉ ଲୋକଙ୍କ ଉପରକୁ ଚଢ଼ାଇ ଦେଉଥିଲେ । ଜଣେ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଫରେଷ୍ଟର ବାବୁଙ୍କ ନାମ ଦିବସ କୁମାର ମାଝୀ ଓ ବଙ୍ଗୋମୁଣ୍ଡା ବ୍ଲକରେ କାର୍ଯ୍ୟରତ ଥିଲେ । ନିଶାସକ୍ତ ଅବସ୍ଥାରେ ଲୋକଙ୍କ ଉପରକୁ କାର୍ ଚଢ଼ାଇବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ତାଙ୍କ କାର୍କୁ ଜବତ କରିଥିବା ସୂଚନା ରହିଛି ।