jayashree

ମହକ କିଶୋରୀ ପକ୍ଷରୁ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ସ୍ଥିତ ବଡ଼ଟିକା, ଝରଣିପାଲି, ଗ୍ରାମ ପଂଚାୟତ କନଫରେନସ୍‌ ହଲ ଓ ନୁନିଆପାଲି ଗ୍ରାମ ପଂଚାୟତର ପାଣ୍ଡେସରା ଗ୍ରାମ ଠାରେ ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ଓ ଅଜିମ ପ୍ରେମ ଜି ଫାଉଣ୍ଡେସନ୍‌ ତରଫରୁ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ପଂଚାୟତ ଗ୍ରାମ ମାନଙ୍କରେ ଥିବା ମହକ କିଶୋରୀ ସଂଗଠନ ସଭ୍ୟ ତଥା ଲିଡରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଝରଣିପାଲି ଗ୍ରାମ ପଂଚାୟତ ଅଯୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସୁନିତା ସାହୁ, ଉପସ୍ଥିତ ରହି ଋତୁଶ୍ରାବ ସମୟରେ ସ୍ୱଚ୍ଛତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିବା ସହ ସ୍ୱଚ୍ଛତା ବ୍ୟବସ୍ଥା ଉପରେ କିଶୋରୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସାନିଟାରୀ ପେଡ ବ୍ୟବହାର, ଆଇରନ୍‌ ବଟିକା ସେବନ, ପୃଷ୍ଟିକର ଖାଦ୍ୟ ଖାଇବା ସାଙ୍ଗକୁ, ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ଏହି ଦିବସରେ ଆଲୋଚନା କରାଯାଇଥିଲା । କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ଉପରେ ଏକ ଜଣାଅଜଣା କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା କିଶୋରୀ ପୁରସ୍କୃତ କରାଯାଇଥିଲା ଓ କିଶୋରୀମାନେ ବିଭିନ୍ନ ଗୀତ, ନାଚ, ମାଧ୍ୟ୍ୟମର ଉକ୍ତ ଦିବସକୁ ଉତ୍ସାହ ସହ ପାଳନ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ଅଭିଜିତ ମିଶ୍ର, ପ୍ରହ୍ଲାଦ ପଧାନ, ନମିତା ପଧାନ, ସୁଶାନ୍ତ ସା, ବର୍ଷା ଜୁଏଡ଼, ଆଶିଷ ସମେତ ଗ୍ରାମର ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.