jayashree

ଓସିଏସ୍ ପରୀକ୍ଷାରେ କେସିଙ୍ଗା ପାଇଁ ଗୌରବ ଆଣିଛନ୍ତି କନକ ପ୍ରଭା ଜୈନ ଓ ସଂଗୀତା ସେଠି

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓସିଏସ୍ ୨୦୨୪ର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗାର କନକ ପ୍ରଭା ଜୈନ ବାପା ସନ୍ତୋଷ କୁମାର ଜୈନ ଓ ମା’ ନମିତା ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କରେ ଓପିଏସ୍‌ସି ପରୀକ୍ଷା କ୍ଲିଅର୍ କରିଛନ୍ତି ଓ କେସିଙ୍ଗା ମାଣିକମୁଣ୍ଡାର ଆଉ ଜଣେ ସୁନା ଝିଅ ସଙ୍ଗୀତା ସେଠି । ୧୧୩ ନମ୍ବର ରେଙ୍କ ରଖି କେସିଙ୍ଗା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ସୂଚନା ଅନୁଯାୟୀ କନକ ଜୈନଙ୍କ ପ୍ରାଥମିକ ଶିକ୍ଷା କେସିଙ୍ଗା ଦ୍ରୋଣାଚାର୍ଯ୍ୟ ସ୍କୁଲରୁ ଆରମ୍ଭ ହୋଇ ପରେ ପରେ ରାଜ୍ୟ ବାହାରେ ପଢ଼ି ଆଇଏଏସ୍‌ ପାଇଁ ଚେଷ୍ଟା ଚଲାଇଥିଲେ । ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କର ଏହି କୃତକାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଓ କେସିଙ୍ଗା ନଗର ପାଲ ନୃପରାଜ୍ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଭିନ୍ନ ରାଜନୈତିକ ଦଳର ସଭାପତି, କେସିଙ୍ଗା ସିଟି ଜେନ ଫୋରମ୍‌ର ସଭାପତି ଡାକ୍ତର ହେମସାଗର ସାହାଙ୍କ ସମେତ ସହରର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀଙ୍କ ପକ୍ଷରୁ କନକ ଜୈନଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି । ଦ୍ରୋଣାଚାର୍ଯ୍ୟ ସ୍କୁଲର ପରିବାର କନକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.