jayashree

ଜାତୀୟ ରାଜପଥରେ ଦୁଇ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ଧକ୍କା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ – ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜସଷ୍ଟିଙ୍ଗ ନିକଟରେ ଗୋଟାଏ କାର୍ ଅନ୍ୟ ଏକ କାର୍‌କୁ ପଛରୁ ଧକ୍କା ଦେଇ ଡିଭାଇଡର ଅତିକ୍ରମ କରି ଅନ୍ୟ ପାର୍ଶ୍ଵ ରୋଡ଼କୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଛି । ମିଳିଥିବା ସୂଚନା ଅନୁଯାଇ ବ୍ରହ୍ମପୁର ପାର୍ଶ୍ଵରୁ ଦୁଇଟି କାର ଭୁବନେଶ୍ୱର ଅଭିମୁଖେ ଆଗ ପଛ ହୋଇ ଯାତ୍ରା କରୁଥିଲେ । ହଠାତ ହୁମ୍ମା ନିକଟ ଜସଷ୍ଟିଙ୍ଗ ନିକଟରେ ଧଳା ରଙ୍ଗର ହାଇରାଇଡ଼ର୍‌ କାର୍ ଯାହାର ନମ୍ୱର ଓଡ଼ି୦୨ସିୱାଇ୦୩୦୦ ଗାଡି ଅତି ଦ୍ରୁତଗତିରେ ଆଗରେ ଯାଉଥିବା କଳା ରଙ୍ଗର ଟାଟା ସଫାରୀ କାର୍ ଯାହାର ନମ୍ୱର ୨୫ବିଏଚ୍‌୯୮୬୧ଏଫ୍‌କୁ ପଛପଟୁ ଜୋରରେ ଧକ୍କା ଦେବା ଫଳରେ ଆଗ ସଫାରୀ କାରଟି ରାସ୍ତା ପାର୍ଶ୍ବ ଜମିକୁ ଓଲଟି ଯାଇଥିଲା, କିନ୍ତୁ ଧକ୍କା ଦେଇଥିବା ଧଳା ରଙ୍ଗର ହାଇରାଇଡ଼ର୍‌ କାର୍ ଡିଭାଇଡର ଅତିକ୍ରମ କରି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଇଣ୍ଡିଆନ ଅଏଲ୍‌ ଟ୍ୟାଙ୍କର ଯାହାର ନମ୍ବର ଓଡ଼ି୦୭ଜି ୮୩୩୩ର ପଛପଟକୁ ଜୋର୍‌ରେ ଧକ୍କା ଦେଇଥିଲା । ଫଳରେ ଦୁଇଟି କାର୍ ଓ ପେଟ୍ରୋଲ ଟ୍ୟାଙ୍କର ଭଙ୍ଗାରୁଜା ହୋଇଛି ଏବଂ କାର୍‌ରେ ବସିଥିବା ଯୁବକ ଓ ଯୁବତୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଗଞ୍ଜାମ ଓ ଛତ୍ରପୁର ମେଡ଼ିକାଲକୁ ପଠାଯାଇଛି । ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ବିନୟ କୁମାର ଦାଶ ଏବଂ ତାଙ୍କ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଉଭୟ ପକ୍ଷକୁ ଡକା ଯାଇ ଆଲୋଚନା କରାଯିବ ବୋଲି ହୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.