jayashree

ଦେଓଗାଁ ଠାରେ ବ୍ଲକସ୍ତରୀୟ କେମ୍ପକୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ସମ୍ମିଳନୀ କକ୍ଷ ଠାରେ ବ୍ଲକସ୍ତରୀୟ କେମ୍ପ କୋର୍ଟ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃମାତୃ ହୀନ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ଥାପନା କରାଗଲା । ଏହି ଅବସରରେ ଦେଓଗାଁ ବ୍ଲକ୍‌ର ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ସୁଷମା ସାହୁ, ଅନିତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କର ଅଭିଭାବକ, ଅଭିଭାବିକାମାନଙ୍କୁ ଏହି ପିତୃମାତୃ ହୀନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲପ୍ ଲାଇନ୍‌ର ଡଲି ବେହେରା, ବସନ୍ତ ହରପାଲ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍ ଅଧିନସ୍ଥ ୧୭, ୨୦ ଫର୍ମ ଗୁଡ଼ିକ ପୂରଣ କରିଥିଲେ ଓ ଅନଲାଇନ ଜରିଆରେ ଶିଶୁମଙ୍ଗଳ ସମିତିରେ ହାଜର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇସିଡିଏସର ସୁପଭାଇଜର୍, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୧ ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଗୁଡିକ ସଂଯୋଗ କରାଯିବ ।

Leave A Reply

Your email address will not be published.