jayashree

ଅଖିଳ ବିଦ୍ୟାର୍ଥୀ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀ

ବରଗଡ଼, (ମୁନ୍ନା ସାହୁ) : ଅଖିଳ ବିଦ୍ୟାର୍ଥୀ ପରିଷଦ ବରଗଡ଼ ଜିଲ୍ଲା ତରଫରୁ ସ୍ଥାନୀୟ ଗୋବିନ୍ଦପାଲି ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜୁନ ମାସରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁଥିବା ବେଳେ ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ୮୫୦୦ ଜଣ ଛାତ୍ରଛାତ୍ରୀଙ୍କ ସଦସ୍ୟତା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏବିଭିପି ପଶ୍ଚିମ ପ୍ରାନ୍ତ ଦ୍ୱାରା ପ୍ରାନ୍ତ ଅଭ୍ୟାସ ସଦନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବରଗଡ଼ ଜିଲ୍ଲାର ୩୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସାଂସଦ କାର୍ଯ୍ୟକ୍ରମରେ କିପରି ଭାଗ ନେଇ ପାରିବେ ସେନେଇ ପ୍ରଶିକ୍ଷଣ କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.