
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପବ୍ଲିକ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦଶମ ଓ ଯୁକ୍ତଦୁଇ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଆହୁରି ଭଲ କରିବା ପାଇଁ ଉତ୍ସାହିତ କରିଥିଲେ । ଦଶମ ଓ ଦ୍ୱାଦଶରେ ୯୦ ଶତକଡାରୁ ଅଧିକ ରଖିଥିବା ପ୍ରାୟ ୨୪ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିଲେ ।