
- ବଲାଙ୍ଗିର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
- ଘଟଣାର ଘଣ୍ଟାଏ ଭିତରେ ସମସ୍ତ ଛ ଜଣ ଅଭିଯୁକ୍ତ ଗିରଫ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟା ସାଢ଼େ ଚାରିଟା ସମୟରେ ରାଜସ୍ଥାନରୁ ଆସି ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚାରି ଜଣ ଯୁବକ ଦେବନ୍ଧ ନିକଟରେ ଥିବା ଗାଧୁଆ ଘାଟରେ ଗାଧଉଥିବା ବେଳେ ଛ ଜଣ ସ୍ଥାନୀୟ ଯୁବକ ସେମାନଙ୍କୁ ପ୍ରଥମେ ଟଙ୍କା ମାଗିଥିଲେ, ଟଙ୍କା ମାଗିବା ପରେ ପୁଣି ଆହୁରି ଟଙ୍କା ଦାବି କରିଥିଲେ, ନ ଦେବାରୁ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିଲା । ପୋଲିସ ପେଟ୍ରୋଲିଂ ନମ୍ବର ୧୧୨କୁ ଫୋନ କରି ଅବଗତ କରାଇବା ପରେ ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ଏସ ଡି ପି ଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ପୋଲିସ ଟିମ ପହଞ୍ଚି ତଦନ୍ତ ଚଲାଇଥିଲେ । ସେହିପରି ଖବର ପାଇ ବଲାଙ୍ଗିର ଏସ ପି ଅଭିଳାଷ ଜି ନିଜେ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ପୋଲିସ ସହ ମିଶି ଅଭିଯୁକ୍ତଙ୍କୁ ଧରିଥିଲେ । ଏନେଇ ଟିଟିଲାଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆଘାତ ହୋଇଥିବା ସମସ୍ତ ଟାଇଲ ମିସ୍ତ୍ରୀଙ୍କୁ ସରକାରୀ ଡାକ୍ତରଖାନାକୁ ନେଇ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ କରିଥିଲେ। ତେବେ ଅଭିଯୁକ୍ତମାନେ ହେଲେ କଟକିଆ ପଡ଼ାର ଦୀପକ ବଗର୍ତ୍ତୀ, ମହେଶ ରତେଇ, ସଙ୍କୀର୍ତ୍ତନ ପୋଢ ଓ ଦେବନ୍ଧ ପଡ଼ାର ବିବେକ ପାତ୍ର ଏବଂ ଦୁଇ ଜଣ ନାବାଳକ ଥିବା ପ୍ରକାଶ କରିଛନ୍ତି ଏସପି । ତେବେ ଘଟଣା ଘଟାଇବାର ଏକ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ । ବଲାଙ୍ଗିର ଏସପି ଅଭିଳାଷ ଜି ଙ୍କ ମଧ୍ୟ ଉପସ୍ଥିତିରୁ ଜଣାପଡିଛି ଯେ, ଜିଲ୍ଲାରେ କ୍ରାଇମ୍ କରୁଥିବା ଲୋକଙ୍କୁ ଆଉ ମାଫ ନାହିଁ ।