
ରାଧାରାଣୀ ପଡା ପୂଜା କମିଟି ଓ କଂସାରୀପଡା ପୂଜା କମିଟି ପକ୍ଷରୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ବାବାଙ୍କ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ସ୍ଥାନୀୟ ସନାତନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦେବାଧିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ମହୋତ୍ସବ ଶୁଭାରମ୍ଭ ସ୍ୱରୂପ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବ ପ୍ରଥମେ ଆଜି ରାଧାରାଣୀ ପଡା ପୂଜା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଚଳିତ ବର୍ଷ କିପରି ଭାବରେ ଏହି ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହ ବର୍ଣ୍ଣାଢ୍ୟ ଭାବରେ ପାଳନ କରାଯିବ ସେ ଉପରେ ଉପସ୍ଥିତ ସଭ୍ୟ ଓ ଶୁଭେଚ୍ଛୁ ବୃନ୍ଦ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ସଂପାଦକ ଗତ ବର୍ଷର ଆୟ ଓ ବ୍ୟୟ ଅଟକଳର ହିସାବ ଉପସ୍ଥାପନ କରି ଚଳିତ ବର୍ଷର ସମ୍ଭାବ୍ୟ ଖର୍ଚ୍ଚର ବିବରଣୀ ପ୍ରସ୍ତୁତ କରିଥିଲେ । ଯାହକୁ ଉପସ୍ଥିତ ସଭ୍ୟମାନେ ସର୍ବ ସମ୍ମତିକ୍ରମେ ଅନୁମୋଦନ ଦେଇଥିଲେ । ଚଳିତ ବର୍ଷ ପାଇଁ ସମିତା ମଲ୍ଲିକ ଓ ବିପ୍ଲବ ମଲ୍ଲିକ ଜଗତ ଜନନୀ ମାତା ପାର୍ବତୀଙ୍କ ମାତା ଓ ପିତାଙ୍କ ଦାୟିତ୍ୱ ତୁଲାଇବେ ଓ ଭବାନୀରାଣୀ ସାହୁ ଓ ବିଶ୍ୱଜିତ ସାହୁ ମହାଦେବଙ୍କ ମାତାପିତା ଦାୟିତ୍ୱ ତୁଲାଇବେ । ରାଧାରଣୀପଡା ପୂଜା କମିଟି ଆଜିର ବୈଠକରେ ବିଭିନ୍ନ କମିଟି ପାଇଁ ବ୍ୟକ୍ତି ବିଶେଷଙ୍କୁ ମନୋନୀତ କରାଯାଇଥିଲା । ଯଥାକ୍ରମେ ସଭାପତି ପ୍ରଶାନ୍ତ ବାରିକ, କାର୍ଯ୍ୟକାରୀ ସଭାପତି ମାନସ ମିଶ୍ର, ସଭାପତି ପ୍ରିୟବ୍ରତ ଯୋଷୀ, ଉପସଭାପତି କମଳଜିତ ସାହୁ ସଂପାଦକ, ଅଶ୍ୱିନୀ ରାଉତ ସହ ସଂପାଦକ ଓ ସିଦ୍ଧାର୍ଥ ସେଠଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟି ପାଇଁ ସୁନିଲ ମିଶ୍ର, ମୁକୁଲ ମିଶ୍ର, ଧୋବା ବିଶି, କିଷନ ନାଗ, ଶିବ ଭୋଇ ଦାୟିତ୍ୱ ତୁଲାଇବେ । ସେହିପରି ସାଂସ୍କୃତିକ କମିଟିରେ ଶମ୍ଭୁ ପଟ୍ଟନାୟକ, ଦୀପକ ଚୌଧୁରୀ, ସତ୍ୟବ୍ରତ ଯୋଷୀ, ରିକି ରାଉତ, ସୁରଜ ବାରିକ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ଛୋଟୁ ଭୋଇ ରହିଛନ୍ତି । ସାଜସଜ୍ଜା କମିଟିରେ ଅନୁପ ପାତ୍ର, ଶମ୍ଭୁ ବାରିକ, ଜିତୁ ସେଠ ଓ ସୁରେଶ ସାଏ ଏବଂ ଖାଦ୍ୟ କମିଟିକୁ ବାବୁଲି ବେହେରା, ଦିଲୀପ ସେଠ, ସୂର୍ଯ୍ୟ ଭୋଇ, ଗୋପୀ ପୋଢ, ଏକା ପୋଢ, ଧର୍ମରାଜ ସାଏ ଓ ରାଜୁ ସାଏ ମନୋନୀତ ହୋଇଛନ୍ତି । ଏହି ମହୋତ୍ସବର ସୁପରିଚାଳନା ପାଇଁ ଏକ ପରାମର୍ଶଦାତା କମିଟି ଗଠନ ହୋଇଛି । ଯେଉଁଥିରେ ସର୍ବଶ୍ରୀ ସନ୍ତକ ମହାପାତ୍ର, ସୁବ୍ରତ ବହିଦାର, ବାବୁଲା ଅଗ୍ରୱାଲ, ମନମୋହନ ଭୋଇ, ପ୍ରଶାନ୍ତ ଦର୍ଜୀ, ଭାଗିରଥି ପଧାନ, ସୁବ୍ରତ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସିତାଂଶୁ ପଟ୍ଟନାୟକ, ମଳୟ ମିଶ୍ର ଓ ଆସିଫ ଇମ୍ରାନ ଖାନ ସଦସ୍ୟ ରହିଛନ୍ତି । ଏହି ଥାଳ ଉଠା କାର୍ଯ୍ୟକ୍ରମରେ କୈଳାସ ମିଶ୍ର, ଅମିତାବ ନାଗ, ଅଚ୍ୟୁତ ଚିର୍ଗୁନ, ସୂର୍ଯ୍ୟ ସାହୁ, ରାଜ କିଶୋର ଶବର, ସରୋଜ ସେଠ, ସୁନିଲ ଦୋରା, ନିଳକଣ୍ଠ ସାହୁ, ମିଲୁ ବେହେରା, ବାବୁଲୁ, ନରେଶ, ଯଦୁ, ପ୍ରମୋଦ, ରାଜା, ରମଣ ମିଶ୍ର, ରାହୁଲ ସାହୁ, ରିକି ରାଉତ, ଦୀପକ ଚୌଧୁରୀ, ସୁରେନ୍ଦ୍ର ବୁଡେକ, ଘୁଣ୍ଡୁ ଦାଶ, ସୁବ୍ରତ ମିଶ୍ର, କିଷାନ ନାଗ, ଶମ୍ଭୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।