
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର ଅକ୍ଷୟ ତୃତୀୟା, ଏହି ଦିନଟି ଓଡ଼ିଆ ଜାତି ପାଇଁ ଏକ ଶୁଭ ଦିନ ହୋଇଥିବା ବେଳେ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ନିମନ୍ତେ ଆଜିର ଦିନରେ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ର ନିମନ୍ତେ ତିନି ଠାକୁରଙ୍କ ତିନି ରଥ ନିମନ୍ତେ ନୂତନ କାଠ ପୂଜା କରାଯାଇ ରଥ କାର୍ଯ୍ୟ ଅନୁକୂଳ କରାଯାଇଛି । ମନ୍ଦିର ପରିସରରେ ତିନି ରଥ କାଠ ରଖାଯାଇ ତିନି ଠାକୁରଙ୍କ ଠାରୁ ଆଦେଶ ମାଳ ଆଣି ପୁଜା ପାଠ କରାଯାଇ ବିଶ୍ବକର୍ମାଙ୍କୁ ରଥ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିଲା । ଏଥିରେ ଟ୍ରଷ୍ଟି ପକ୍ଷରୁ ମଧୁସୂଦନ ଦାସ, ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ସମସ୍ତ ପୂଜାପାଠ କରିଥିବା ବେଳେ ବିଶ୍ଵକର୍ମା ରାଜେନ୍ଦ୍ର ମହାରଣା ଉପସ୍ଥିତ ରହି ପୂଜା ପାଠ କରି ରଥ କାଠ ଅନୁକୂଳ କରିଥିଲେ । ପୂଜକ ବାବୁଲା ପାଣିଙ୍କ ସହ ଅନ୍ୟ ପୂଜକମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।