
ରାଉରକେଲା, (କେପିଏନ୍ଏସ୍) : କଥାରେ ଅଛି ଜଳ ହିଁ ଜୀବନ । ଖରାର ତାପମାତ୍ରା ବଢିବାକୁ ଲାଗୁଥିବା ବେଳେ ରାଉରକେଲାର ପ୍ରମୁଖ ଛକ ବିଶ୍ରାଛକ ଠାରେ ବିହାର ସଂସ୍କୃତିକ ପରିଷଦ ତରଫରୁ ଏକ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକଙ୍କ କର କମଳରେ ଉଦ୍ଘାଟିତ କରାଯାଇଥିଲା । ସଧାରଣ ଜନତା ଓ ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ଜଳ ସହିତ ଲସି ଓ ସର୍ବତ ବଂଟନ କରାଯାଇଥିଲା । ପରିଷଦର ସଭାପତି ଅରୁଣ ସିଂ, ଜେନେରାଲ ସେକ୍ରେଟାରୀ ଦେବୁ ସିଂ ୱର୍କିଙ୍ଗ ସଭାପତି ରବି ରାୟ କଲଚରାଲ ସେକ୍ରେଟେରୀ ସଞ୍ଜୟ ସିଂଙ୍କ ସହ ଅଭିଷେକ ସିଂ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ପାନୀୟ ଜଳ ବଂଟନ କରିଥିଲେ । ସଭାପତିଙ୍କ କହିବା ଅନୁଯାୟୀ ଯଦି ପ୍ରଶାସନ ଆମକୁ ଅନୁମତି ଦିଅନ୍ତେ ତାହାଲେ ବିହାର ପରିଷଦ ରାଉରକେଲାର ସମସ୍ତ ଛକରେ ପାନୀୟ ଜଳ ବଂଟନ କରିପାରନ୍ତା । ଏହି ଜଳ ବଂଟନ କାର୍ଯ୍ୟକ୍ରମରେ ବିହାର ସଂସ୍କୃତିକ ପରିଷଦର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।