
ଅତାବିରା, (ରୋହନ ବୁଡ଼ା) : ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ ଭାରସାମ୍ୟ ହରାଇ ବ୍ରିଜ କାନ୍ଥକୁ ପିଟି ଓଲଟିଲା ବୋଲେରୋ।ଗାଡ଼ିରେ ଥିବା ଡ୍ରାଇଭର ଓ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି, ଘଟଣାସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ଆହତଙ୍କୁ ପ୍ରଥମେ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏହାପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ଭୀମସାରକୁ ପଠାଯାଇଛି, ପ୍ରାଥମିକ ସୂଚନା ଅନୁଯାୟୀ ଏହି ସିଆରପିଏଫ ବାଟାଲିଅନ ସମ୍ବଲପୁର କ୍ୟାମ୍ପରୁ ବାହାରି ଛତିଶଗଡ ଜଗଦଲପୁରକୁ ଯାଉଥିଲେ ।