
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳ ପାଖାପାଖି ସାତଟା ସମୟରେ ଲାଞ୍ଜିଗଡ ନିକଟରେ ଏକ ଅଜଣା ବ୍ୟକ୍ତି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେହି ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରି ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ରଖାଯାଇଛି । ଯଦି କେହି ଏହି ଅଜଣା ବ୍ୟକ୍ତିଙ୍କ ବିଷୟରେ କିଛି ଖୋଜ ଖବର କି ପରିଚୟ ପାଆନ୍ତି ତାହେଲେ ଟିଟିଲାଗଡ ଜି ଆର ପି ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଯୋଗାଯୋଗ କରିବାକୁ ଅନୁରୋଧ କରିଥିବା ନମ୍ୱର୍ ୭୦୦୮୬୬୪୩୮୭ । ସେହି ମୃତ ବ୍ୟକ୍ତି ସବୁଜ ରଙ୍ଗର ଗାମୁଛା ଓ ନୀଳ ରଙ୍ଗର ଗଞ୍ଜି ପିନ୍ଧିଥିବା ଦେଖିବାକୁ ମିଳୁଛି ।