mahavir

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଉପକଣ୍ଠ ଖୁଣ୍ଟପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନମିତା ଦାଶଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପ୍ରରାୟଣା ଶାନ୍ତ ମିଷ୍ଠଭାଷୀ ମହିଳା ଥିଲେ । ତୋରା ସମଲେଶ୍ଵରୀ ସ୍କୁଲ, ବେହେରା ଟିକ୍ରା, ଗୋବିନ୍ଦପାଲି ଆଦି ସ୍କୁଲ ମାନଙ୍କରେ ଶିକ୍ଷାଦାନ କରି ଜଣେ ଛାତ୍ର ବତ୍ସଳା, ଉତ୍ତମ ଶିକ୍ଷୟିତ୍ରୀ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଉକ୍ତ ଗ୍ରାମର ସ୍କୁଲ ତଥା ଖୁଣ୍ଟପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ମିନକେତନ ଦେବତା, ଦିଅର ପିତାମ୍ବର ଦେବତା, ବଡଭାଇ ସୁରେଶ କୁମାର ଦାଶ, ସାନଭାଇ ଅଶ୍ୱିନୀ କୁମାର ଦାଶ, ସାନ ଭଉଣୀ ସଞ୍ଜିତା ଦାଶ ଓ ସମ୍ପର୍କୀୟ ତଥା ଖୁଣ୍ଟପାଲି ଗ୍ରାମବାସୀ ଉପସ୍ଥିତ ଥିଲେ । ଖୁଣ୍ଟପାଲି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତୁରା ଶିବ ଦେବତା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.