mahavir

ଗଁରେଇ ହାଇସ୍କୁଲରେ ଡ. ବିଆର୍ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ମୁରିବାହାଲ ବ୍ଲକ ଗଁରେଇ ଗ୍ରାମର ଡ. ବିଆର୍ ଆମ୍ବେଦକର ଉଚ୍ଚ ବିଦ୍ୟାଳୟରେ ଡ. ବିଆର୍‌ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଡ଼ିଗ୍ରୀ କଲେଜ ଅଧ୍ୟାପକ ଦିଲୀପ ପଶାୟତ ଯୋଗ ଦେଇଥିଲେ । ସ୍କୁଲର ପ୍ରତିଷ୍ଠାତା ତଥା ସଭାପତି ମନୋହର ବାଗଙ୍କ ସଭାପତିତ୍ୱରେ ୱାର୍ଡ ସଭ୍ୟ ଲଛ ସାହୁ, ରାଜକୁମାର ବାଗ, ହରିହର ପୁଟେଲ, ବିକ୍ରମ ସାହୁ, ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତରୁଣ ପୋଡ଼, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ବାଗ, ୟୁପି ସ୍କୁଲ ଶିକ୍ଷକ କୃଷ୍ଣମୋହନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଂସ୍କୃତ ଶିକ୍ଷକ ପରାଶର ଲୁହା ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବିଦ୍ୟାଧର ବାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.