
- ବାଳକ ବର୍ଗରେ ଆଗଲପୁର ଓ ବାଳିକା ବର୍ଗରେ ଦେଓଗାଁ ଚାମ୍ପିୟନ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍ -୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ବର୍ଗରେ ସଇଁନ୍ତଲାକୁ ହରାଇ ଦେଓଗାଁ ଚାମ୍ପିୟନ ହୋଇଛି । ସେହିପରି ବାଳକ ବର୍ଗରେ ବଙ୍ଗୋମୁଣ୍ଡାକୁ ହରାଇ ଆଗଲପୁର ଚାମ୍ପିୟନ ହୋଇଛି । କ୍ରୀଡ଼ା ସଂସଦର ସଭାପତି ଡା. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ବରିଷ୍ଠ ଖେଳାଳୀ ସୁନିଲ ଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଭଲିବଲ ଖେଳାଳୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଉଭୟ ବାଳକ ଓ ବାଳିକା ବର୍ଗକୁ ଯୋଗଦେଇ ବିଜେତା ଓ ଉପ-ବିଜେତାମାନଙ୍କୁ ଟ୍ରଫି ପୁରସ୍କୃତ କରିଥିଲେ । କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସହ-ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଡା.ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର ଉପସ୍ଥିତ ଥିଲେ । ଖେଳକୁ ଜିତେନ୍ଦ୍ର ବାରିକ, କୈଳାସ ଚନ୍ଦ୍ର ନାଏକ, ଦେବାଶିଷ ମହାପାତ୍ର, ସୁବାଷ ସୁନା ଓ ବିକାଶ ଦାସ ପରିଚାଳନା କରିଥିଲେ । ପରିଶେଷରେ ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।
