
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ ୨ କି.ମି. ଶବକୁ ବୋହି ନେଲେ ଗ୍ରାମବାସୀ । ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରି ବ୍ଳକ କାର୍ଲ୍ଲାଘାଟି ପଞ୍ଚାୟତର କଡିକାପଦର ଗ୍ରାମର ରାମ କିମ୍ବାକା ସ୍ତ୍ରୀ ମାତେଡି କିମ୍ବାକା (୪୫) ବେମାର ହେବାରୁ ଗତ ୧୧ ତାରିଖ ଦିନ ଗୁଣୁପୁର ସୋମନାଥ ମେଡ଼ିକାଲରେ ଚିକିତ୍ସା ପାଇଁ ଯାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବିଷମ କଟକ କ୍ରିଷ୍ଟିଆନ ମେଡ଼ିକାଲକୁ ରେଫର କରିଥିଲେ । ସେଠାରେ ଡାକ୍ତର ମାତେଡିଙ୍କୁ ପେଟ ଭିତରେ ଘାଆ ହୋଇଥିବା କହିଥିଲେ । ପରିବାର ଲୋକଙ୍କ ସହ ଆଲୋଚନା ପରେ ତାଙ୍କୁ ପେଟ ଅପରେସନ କରିଥିଲେ । ଅପରେସନର ଦୁଇ ଦିନ ପରେ ମାତେଡି ଭୟଭୀତ ହୋଇ ହୃତଘାତରେ ମୃତ୍ୟୁ ହୋଇଥଲା । ମୃତ୍ୟୁ ପରେ ଶବକୁ ଗାଁ କୁ ନେବା ପାଇଁ ଟେଡିକଣା ଠାରୁ କଡିକାପଦରକୁ ପ୍ରାୟ ୩ କି.ମି. ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ସେହିଠାରୁ ଶବକୁ ଗ୍ରାମବାସୀ ଓ ପରିବାର ଲୋକେ ମିଶି ପ୍ରାୟ ୩ କି.ମି. ବୋହି ନେଇଥିଲେ । ରାଜ୍ୟ ସରକାର ପାଣି ଭଳି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଏହି ଗାଁକୁ ନଜର ପଡୁନି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କେତେ କଷ୍ଟ ଅନୁଭବ କରିବେ କଡ଼ିକାପଦର ଗ୍ରାମବାସୀ । କିଛିଦିନ ତଳେ କାଳବୈଶାଖୀରେ ବର୍ଷା ପବନ ହେବାରୁ ଗୋଟିଏ ବୁଢା ତେନ୍ତୁଳି ଗଛ ପଡିଯାଇ ସାହି ରାସ୍ତାକୁ ଅବରୋଧ କରିଛି । ସେହି ଗଛ କାଟିବା ପାଇଁ ବାରମ୍ବାର ପ୍ରଶାସନ ଜଣାଇଲେ ମଧ୍ୟ କେହି କର୍ଣ୍ଣ ପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗାଁ ରାସ୍ତା ସଂଯୋଗ କରିବା ପାଇଁ ପାପୀଖାଲ, ବିରିପଙ୍ଗା, ଟେଡିକଣା ଦେଇ ତଳ ବଣ୍ଡାଗୁଡି ରାସ୍ତା ମରାମତି କଲେ କଡ଼ିକାପଦର ଗାଁ ଲୋକେ ଯାତାୟତର ସମସ୍ୟାରୁ ମୁକ୍ତି ପାଇବାର ସମ୍ଭାବନା ରହିଛି ।