mahavir

ଗଞ୍ଜାମ ଜିଲ୍ଲପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପିଠା ଖାଇ “ଆମ ରୁଚି ଆମ ଖାଦ୍ୟ”ର ମହତ୍ତ୍ଵ ପ୍ରତିପାଦନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ରୁଚି ସମ୍ପନ୍ନ ପିଠା ମିଠା ରୁଚିକର ଦ୍ରବ୍ୟର ପ୍ରଦର୍ଶନୀ ଖୋଲାଯାଇଥିଲା । ଏଠାରେ ଯୋଗ ଦେଇ ଥିବା ଅତିଥୀଗଣ ଯାହା ଗଞ୍ଜାମ ଜିଲ୍ଲପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପିଠା ଖାଇ “ଆମ ରୁଚି ଆମ ଖାଦ୍ୟ”ର ମହତ୍ତ୍ଵ ପ୍ରତିପାଦନ କଲେ । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଚେତନାରେ ଆମର ପାରମ୍ପରିକ ଖାଦ୍ୟ ଏକ ଅବିଚ୍ଛେଦ୍ୟ ଅଙ୍ଗ । ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ କାର୍ଯ୍ୟକ୍ରମ ଆମର ଏହି ଗୌରବମୟ ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଏହାକୁ ଏକ ନୂତନ ଦିଗ ଭଳି ବାର୍ତ୍ତା ବହନ କରି ଆସିଛି । ଆମର ଏହି ପାରମ୍ପରିକ ରୁଚିକୁ ଆଦରି ନେବା ସହ ଓଡ଼ିଶାର ଅନନ୍ୟ ସ୍ୱାଦକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବା ନିମନ୍ତେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନର ଓରମାସ ଓ ଓଡ଼ିଆ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ ଏସଏସଜି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ଏହି ପର୍ବ ପାଳନ କରାଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଓ ଦେବଦତ୍ତ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଡିଏଫଓ ସୋନି ଖୋଖର ପ୍ରମୁଖ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିବା ପୂର୍ବକ ସବୁ ପ୍ରକାରର ବ୍ୟାଞ୍ଜନତ୍ମକ ବିଭିନ୍ନ ପିଠା, ମିଠା, ରୁଚିକର ଦ୍ରବ୍ୟ ଅତିଥୀଗଣ ଏବଂ ସୁଧିଗଣ ଚାଖି ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ଓରମାସ ଡେପୁଟି ସିଇଓ ରାଜ ଗୋପାଳ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତୀ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.