ଭାଲୁ ଆକ୍ରମଣରେ ବନ୍ୟପ୍ରାଣୀ କର୍ମଚାରୀ ଆହାତ

ବୌଦ୍ଧ (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିନରେ କାର୍ୟ୍ୟକରୁଥିବା ସୁନାଖଣିଆ ବିଟ ଅଞ୍ଚଳର ଜଣେ ଆଣ୍ଟି ପଚିଙ୍ଗ ସ୍କ୍ୱାର୍ଡ କର୍ମଚାରୀ ଜଙ୍ଗଲି ଭାଲୁ ଆକ୍ରମଣରେ ଆହତ ହୋଇଥିବା ଜଣା ଯାଇଛି । ଆହାତ କର୍ମଚାରୀ ଜଣଙ୍କ ନୂଆପଡା ଗ୍ରାମର ବିଜୟ ନାଏକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସେ ଆଜି ସକାଳେ ବନ୍ୟପ୍ରାଣୀ ଅଭୟାରଣ୍ୟର ସୁନାଖଣିଆ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ ଏକ ଜଙ୍ଗଲି ଭାଲୁ ସହ ମୁହାଁମୁିହିଁ ହୋଇଥିଲେ । ଭାଲୁଟି ତାଙ୍କର ପଛପାଖ ବାମପିଚାକୁ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାରକରି ହରଭଙ୍ଗା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆଣ୍ଟି ରାବିଟ୍‍ ଇଞ୍ଜେକ୍ସନ ଦେବା ପାଇଁ ବୌଦ୍ଧ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.