mahavir

ସିଏମ୍‌ ଟ୍ରଫି -୨୦୨୬ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

  • ଭାଗନେଲେ ବାଳକ ୧୦ ଦଳ ଓ ବାଳିକା ୬ ଦଳ ବର୍ଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍‌ ୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବାଳକ ବର୍ଗରେ ବଲାଙ୍ଗିର (କ), ପୁଇଁନ୍ତଲା (କ), ବଲାଙ୍ଗିର (ଖ), ବଙ୍ଗୋମୁଣ୍ଡ। (କ), ବଙ୍ଗୋମୁଣ୍ଡା (ଖ), ଆଗଲପୁର, ପୁଇଁନ୍ତଲା (ଖ), ସଇଁନ୍ତଲା, ଖପ୍ରାଖୋଲ, ମୁରିବାହାଲ ଓ ବାଳିକା ବର୍ଗରେ ପୁଇଁନ୍ତଲା, ଦେଓଗାଁ, ମୁରିବାହାଲ, ସଇଁନ୍ତଲା, ଟିଟିଲାଗଡ଼, ବଙ୍ଗୋମୁଣ୍ଡା । କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଆନୁଷ୍ଠାନିକ ଭାବରେ ଏହାର ଉଦ୍‌ଘାଟନ କରିଥିଲେ । କ୍ରୀଡ଼ା ସଂସଦର ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାରଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । ସୁଧିର ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଡ. ସିଦ୍ଧେଶ୍ୱର ମିଶ୍ର, ଡା. ଶୁଭମ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମଂଚାସୀନ ଥିଲେ । ଖେଳକୁ ପ୍ରଶାନ୍ତ ପଟ୍ଟନାୟକ, ସୁନିଲ ଚନ୍ଦ୍ର ବିଶ୍ୱାଳ, ବୁଦ୍ଧିରାଜ ବିଶ୍ୱାଳ, ଉମାକାନ୍ତ ପଧାନ, ବିକାଶ ଦାସ, ଆଲୋକ ଦାସ, ସୁନିଲ କୁମାର ପଧାନ, ଚୂଡ଼ାମଣି ସାହୁ, ଅଭିଷେକ ନାଗ, ସସ୍ମିତା ମିଶ୍ର, ସ୍ମରଣିକା ବେହେରା, ସଙ୍ଗୀତା ମିଶ୍ର, ସୌରଭ ପଧାନ, ରାଜେନ୍ଦ୍ର ସେଠ, ଜିତେନ୍ଦ୍ର ବାରିକ ଓ ସୁବାଷ ସୁନା ପରିଚାଳନା କରିଥିଲେ । ପରିଶେଷରେ ଭଲିଭଲ ସଂପାଦକ ସଂଗ୍ରାମ କେଶରୀ ବହିଦାର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.