ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଭାରତୀୟ ଜନତା ପାର୍ଟି ଟିଟିଲାଗଡ ଶାଖା ତରଫରୁ ଗୁରୁବାର ସକାଳ ୧୧ଟା ସମୟରେ ନଗର ସଭାପତି ସୁନିଲ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହା ଅଭିଯାନ ଅନ୍ତର୍ଗତ ଟିଟିଲାଗଡ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ପ୍ରଥମ ସତ୍ରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ନଗର ସଭାପତି ସୁନିଲ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱ ବୃନ୍ଦଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ପ୍ରଥମେ ମା’ ଭାରତୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ଏହି ଶିବିର ଆରମ୍ଭ ହୋଇଥିଲା । ସେହିପରି ଦ୍ୱିପହର ପରେ ଦ୍ୱିତୀୟ ସତ୍ରରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଆର୍ଏସ୍ଏସ୍ ତଥା ବିଜେପି ଦଳର କମ୍ବୁପାଣି ପାଢୀ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ନେଇ ଦଳୀୟ କର୍ମୀ ଯେଉଁମାନେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ସେମାନେ ଆସି ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ସାରା ଦେଶରେ ଚାଲିଥିବା ବେଳେ ଆଜି ଏହି ଶିବିର ଟିଟିଲାଗଡ ଠାରେ ୪୧ ଗୋଟି ମଣ୍ଡଳକୁ ନେଇ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ପରିଚାଳନା କରିବାରେ ଡମ୍ବରୁଧର କର୍ମୀ, ଅମ୍ଳାନ ଷଡ଼ଙ୍ଗୀ, ରାଜେଶ ବାବୁ, ଲିଙ୍ଗରାଜ ନାୟକ, ସଂଘମିତ୍ରା ନାୟକ, ବୀରବର ସାହୁ, ଶିବାନନ୍ଦ ପାଣିଗ୍ରାହୀ, ଆଲୋକ ନାୟକ ଓ ଅନ୍ୟାନ୍ୟ ବିଜେପିକର୍ମୀମାନେ ଉପସ୍ଥିତ ରହିଥିଲେ ।