ପୌର ପରିଷଦ ପକ୍ଷରୁ ୧୨/୧୩ ନମ୍ବର ୱାର୍ଡରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ : ପୌରାଧ୍ୟକ୍ଷାଙ୍କୁ ଜୋରଦାର ସ୍ୱାଗତ କଲେ ପଡାବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ପରେ ଏବେ ଚାଲିଛି ଲୋକଙ୍କ ସରକାର, ଯାହାକି ମୋହନ ମାଝୀଙ୍କ ସରକାର ବୋଲାଉଛି । ତେବେ ପ୍ରତି ମଙ୍ଗଳବାରକୁ ମଙ୍ଗଳବାର ୱାର୍ଡରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଚାଲୁଛି । ଯେଉଁଥିରେ ଟିଟିଲାଗଡ ପୌର ପରିଷଦର ବିଭିନ୍ନ ୱାର୍ଡକୁ ଯାଇ ସେଠାରେ ସମସ୍ୟା ବିଷୟରେ ଆସି ସ୍ଥାନୀୟ ଲୋକେ ଅଭିଯୋଗ କରି ଥାଆନ୍ତି ଏବଂ ସେଠାରେ ହିଁ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ଅଧିକାରୀଙ୍କ ଉପସ୍ଥିତିରେ ହିଁ ସେହି ସମସ୍ୟାର ସମାଧାନ କରିବା ପାଇଁ କୁହାଯାଇଥାଏ । ତେବେ ଆଜି ୱାର୍ଡ ନମ୍ବର ୧୨/୧୩ରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପଡ଼ାବାସୀମାନେ ବାଣ ଫୁଟାଇ ଫୁଲମାଳ ଦେଇ ପୌର ପରିଷଦର ଅଧ୍ୟକ୍ଷାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯାହାକି ପୌର ପରିଷଦ ଅଞ୍ଚଳର ବିକାଶରେ ଲୋକେ ଖୁସିଥିବା ଜଣାପଡୁଛି ।

Leave A Reply

Your email address will not be published.