ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ମାଆ କାଳୀ ବାଉଡି କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଷୋହଳଟି ଦଳ ଯୋଗଦେଇ କ୍ରୀଡା ପ୍ରଦର୍ଶନ କରିଥଲେ । ଅନ୍ତିମ ମ୍ୟାଚ୍ରେ ବଡ଼ ପୁଝାରୀ ଗୁଡ଼ା ଦଶ ଓଭରରେ ୧୫୭ ରନ ସଂଗ୍ରହ କରି ବଡ଼ କର୍ଲାକୋଟ ଏକାଦଶକୁ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସମାଜସେବୀ ଦେବ ପୁଝାରୀ, ବୈଦ୍ୟନାଥ ଠାକୁର, ପରୀକ୍ଷିତ ନାଏକ, ତୁଲାରାମ ରଣା, ତେଜରାଜ ସାହୁ, ମୀନକେତନ ପୁଝାରୀ, ଅମ୍ବୁଜ ଧଙ୍ଗଡା ମାଝୀ, ହିରାଧର ନାଏକ, ମୁରଲୀ ଦଳାଇ ସହଦେବ ଗୌନ୍ତିଆ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥଲେ । ଗୋପୀନାଥ ନାଏକ ଓ ଭୋଳା ନାଏକ କ୍ରୀଡା ପରିଚାଳନା କରିଥଲେ ।