ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡାକ୍ତର ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ‘ଶିଶୁର ରୋଗ ଓ ଏହାର ଚିକିତ୍ସା’ ଶୀର୍ଷକ ବିଷୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶିଶୁମାନେ ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗର ନିରାକରଣ ସଂପର୍କରେ ସେ ଆଲୋକପାତ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ଆଚାର୍ଯ୍ୟା ଜୟନ୍ତୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ଅବସରରେ ଡାକ୍ତର ଶ୍ରୀ ବେହେରାଙ୍କ ମୂଲ୍ୟବାନ ପରାମର୍ଶ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କ ସମେତ ବିଦ୍ୟାଳୟର ଗୁରୁମାମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁମା କଲ୍ୟାଣୀ ରଥଙ୍କ ଦ୍ୱାରା ବିଷୟ ଆଧାରିତ ଏକ ପ୍ରାୟୋଗିକ କାଳାଂଶ କରାଯାଇଥିଲା ।

Leave A Reply

Your email address will not be published.