csstore

ଟ୍ରକ ଧକ୍କାରେ ଟ୍ରାକ୍ଟର ଦୁଇ ଫାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରୁ କେସିଙ୍ଗା ଯିବା ରାସ୍ତା ଦେଶିଲ ଜ୍ୟୋତି ବିହାର ଫାର୍ମ ନିକଟରେ ଏପି ୩୯ ୱାଇ୭୫୬୬ ବିଶିଷ୍ଟ ଟ୍ରକ ସୋନାଲିକା ଟ୍ରାକ୍ଟର ଇଞ୍ଜିନ ନମ୍ବର ଓଆର୧୭କେ୭୪୫୭ ଏବଂ ଟ୍ରାକ୍ଟର ଡାଲା ଓଆର ୨୬ଏ୬୫୭୯ ଗାଡ଼ିକୁ ସାମ୍ନା ପଟୁ ଧକ୍କା ଦେବାରୁ ଟ୍ରାକ୍ଟର ଦୁଇ ଫାଳ ହୋଇଯାଇଛି । ତେବେ ଅଳ୍ପକେ ଟ୍ରାକ୍ଟର ଡ୍ରାଇଭର ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ଟିଟିଲାଗଡ଼ ପିସିଆର ଭ୍ୟାନ୍ ଆସି ଡ୍ରାଇଭରକୁ ଉଦ୍ଧାର କରି ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ତେବେ ଭୁଲ୍ କାହାର ଜଣାପଡି ନଥିବା ବେଳେ ଅଳ୍ପକେ ବଡ ଅଘଟଣରୁ ବର୍ତ୍ତିଗଲେ ଟ୍ରାକ୍ଟର ଡ୍ରାଇଭର । ଟ୍ରକ ଡ୍ରାଇଭର ମଦ୍ୟପାନ କରି ଟ୍ରକ ଚଲାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

jayashree
Leave A Reply

Your email address will not be published.