ବରଗଡ, (ମୁନ୍ନା ସାହୁ) : ସାମାନ୍ୟ ବଚସାରୁ ଜଘଂନ୍ୟକାଣ୍ଡ, ଶଳାକୁ ପିଟି ପିଟି ମାରିଦେଲା ଭିଣୋଇ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୁକ୍ତ ଭିଣୋଇ ଶୁକଦେବ ମହାନନ୍ଦ ଶଳା ସୁଦୀପ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶୁକଦେବ ୫ ବର୍ଷ ହେବ ନିଜ ପରିବାର ସହ ଶଶୁର ଘରେ ରହି ଆସୁଥିଲା । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଶଳା ଭିଣୋଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା । ପରେ ଭିଣୋଇ ଏକ କାଠ ଫାଳିଆରେ ଶଳାକୁ ପିଟି ପିଟି ମାରିଦେଇ ଘର ସମ୍ମୁଖରେ ପକାଇ ଫେରାର ମାରିଥିଲା । ଘରେ ଥିବା ଅଭିଯୁକ୍ତର ନାବାଳିକା ଝିଅ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳକୁ ଆସି ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାକୁ ନେଇ ପରିବାର କିମ୍ବା ପୋଲିସର କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ଛାନଭିନ୍ ପରେ ଭେଡେନ ଥାନା ପୋଲିସ ଅଭିଯୁକ୍ତ ଭେଣୋଇକୁ ଗିରଫ କରିଛି ।