ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ୨ ଘଣ୍ଟିଆ ଧାରଣା ଦେଇଛି ପୂରାତନ ଛାତ୍ର ସଂଘ ତଥା ଆଲୁମିନୀ ଆସୋସିଏସନ । ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ, ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୁରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ କରାଯାଇଛି । ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୋନପୁର ଗସ୍ତ ସମୟରେ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି । ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ନେତୃତ୍ୱରେ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ଏକ ଅଡିଟରିୟମ ନିର୍ମାଣ, ଛାତ୍ରୀ ନିବାସ, ଛାତ୍ର ନିବାସ ନିର୍ମାଣ ସହ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବୀପତ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବାଳୟ ଠାରେ ପ୍ରଦାନ କରାଯାଇଥିଲା । ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ କଲେଜର ଭିତ୍ତିଭୂମିର ବିକାଶ ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ସହ ଛାତ୍ରଛାତ୍ରୀ ହଷ୍ଟେଲ ଏବଂ ଅଡିଟରିୟମ ନିର୍ମାଣ ପାଇଁ ପୂର୍ଣ୍ଣ ସହମତି ପ୍ରଦାନ କରିଥିବା ବେଳେ ସରକାରୀ ମାନ୍ୟତା ପାଇଁ ଯୋଗ୍ୟତା ଭିତ୍ତିରେ ସରକାର ସହୃଦୟତାର ସହ ବିଚାର କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ସଂଘ ପକ୍ଷରୁ ଡିସେମ୍ବର ମାସରେ ଦସ୍ତଖତ ଅଭିଯାନ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ଵଇଚ୍ଛା ରେ ଦସ୍ତଖତ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ, ନୂତନ ଭାବରେ ପ୍ରତିଷ୍ଠିତ କଲେଜ ସରକାରୀ ମାନ୍ୟତା ପାଇ ସାରିଥିବା ବେଳେ ପୂରାତନ ସୋନପୁର କଲେଜକୁ ଅଣଦେଖା କରାଯାଇଛି । କଲେଜକୁ ସରକାରୀ ମାନ୍ୟତା ପାଇଁ ଯାହା ପଦକ୍ଷେପ ନେବାକୁ ପଡେ ଆଗକୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ପାଇଁ ବିଭିନ୍ନ ଛାତ୍ର ନେତା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ, ଉପ ସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ, ସହ ସମ୍ପାଦକ ସରୋଜ ପ୍ରଧାନ, ବିଶ୍ୱବୀର ମିଶ୍ର, ବିଶ୍ୱରଞ୍ଜନ ପୂଜାହାରୀ, ସୁଧିର ପଣ୍ଡା, ସୁଦାମ ମିଶ୍ର, ସିତାଂଶୁ ମିଶ୍ର, ପର୍ଶୁରାମ ମିଶ୍ର, ସନ୍ତୋଷ ପାଢ଼ୀ, ଘନଶ୍ୟାମ ପାଣିଗ୍ରାହୀ, ଶ୍ରୀଧର ବାଗ, କଲ୍ୟାଣ ପାଢ଼ୀ, ଶ୍ୟାମାଓଁ ପ୍ରସାଦ ମିଶ୍ର, ବିନୋଦ ପାତ୍ର, ଗଦାଧର ବାରିକ, ମାଧବ କୁମ୍ଭାର, ଦିଲୀପ ରଥ, ମଦନ ଗୋପାଳ ମିଶ୍ର, ଗୋପାଳ ବରାଇ, ଧର୍ମେନ୍ଦ୍ର ଥନାପତି, ଶାଶ୍ଵତ ମିଶ୍ର, ରାଜ କିଶୋର ତ୍ରିପାଠୀ, ଦୀପକ ମହାପାତ୍ର, ସ୍ୱରୂପ ପାତ୍ର, ପ୍ଲାବନ ମହାପାତ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଶ୍ରମିକ ସଙ୍ଗଠନର ଗୋବିନ୍ଦ ମହାରଣା, ଓଡ଼ିଶା ସାମ୍ୱାଦିକ ସଂଘ ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରୀପାଠୀ, ବରିଷ୍ଠ ନାଗରିକ ସଂଘ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଜିଲ୍ଲା କୃଷକ ସଂଗଠନ ସଭାପତି ପଦ୍ମଲୋଚନ ମିଶ୍ର, ବାପୁଜୀ କ୍ଲବ ଜିତେନ୍ଦ୍ର ପଟ୍ଟନାୟକ, ଠିକାଦାର ସଙ୍ଘ ରାମକୃଷ୍ଣ ଦାସ, ଟ୍ରାକ୍ଟର ସଂଘର ଶିବ ନାରାୟଣ ବହିଦାର, ବୁଢୀମା କ୍ଲବର ସହଦେବ ପାତ୍ର, ଜିଲ୍ଲା ସାମ୍ୱାଦିକ ସଂଘର ଗୋରେଖ ନାଥ ସାହୁ, ବୁଢ଼ାରଜା ସଂଘ ର ତାପସ ବେଉରା, ଗୋପଲଜୀ ଯୋଗାଳୟ ରାଧାକ୍ରିଷ୍ଣା ଅଗ୍ରୱାଲ, ପଏଁରୀ ଗୌରୀଶଙ୍କର ରଥଙ୍କ ସହ ଅନେକ ପୂରାତନ ଛାତ୍ର ସଙ୍ଘ୍ କର୍ମକର୍ତ୍ତା ତଥା ବୁଦ୍ଧିଜୀବୀ ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।