ଜୟପାଟଣା, (ଶେଷଦେବ ବେହେରା) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ସମାରୋହର ଚତୁର୍ଥ କାର୍ଯ୍ୟକ୍ରମ ସାମାଜିକ ସଦଭାବନା ବୈଠକ ଜୟପାଟଣା ଚଞ୍ଚରାପଡ଼ା ସ୍ଥିତ ଓଁ କାରେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ସମସ୍ତ ଜାତି ମୁଖିଆ ମାନଙ୍କୁ ଆମନ୍ତ୍ରଣ କରାଯାଇ ରାଷ୍ଟ୍ରକୁ ସର୍ବୋପରି ଭାବି ସବୁ ବର୍ଗ ମଧ୍ୟରେ ସାମାଜିକ ସମରଶତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଓଡ଼ିଶା ପଶ୍ଚିମ ପ୍ରାନ୍ତ ସାମାଜିକ ସଦଭାବନା ସଂଯୋଜକ ଜୟନ୍ତ କୁମାର ମୁଣ୍ଡ ବିଷୟ ଉପସ୍ଥାପନା ଓ ଆଲୋଚନା କରିଥଲେ । ଖଣ୍ଡ କର୍ଯ୍ୟବାହ ମହେନ୍ଦ୍ର କୁମାର ଦିଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପଣ୍ଡା, ପ୍ରମୋଦ କୁମାର ଠାକୁର, ଅଶ୍ୱିନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।