ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ସ୍ମାର୍ଟ ସିଟି ତରଫରୁ ହାଡ଼ ଖଣିଜ ଘନତା (ବିଏମ୍ଡବ୍ଲୁ) ଶିବିର ଛେଣ୍ଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅତ୍ୟନ୍ତ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାୟ ୧୩୦ ଜଣ ରୋଗୀଙ୍କର ନିଃଶୁଳ୍କ ସେବା ଯୋଗାଇ ଦିଆଯାଇଥିଲା । ଅନୁଷ୍ଠାନର ସଭାପତି ରୋଟାରୀଆନ ବିକାଶ ପାତ୍ର, ସମ୍ପାଦକ ରୋଟାରୀଆନ ଡ. କୁନାଲ ବର୍ମା, ରୋଟାରୀଆନ ଶ୍ୟାମ ପାଟୋଡିଆ, ରୋଟାରୀଆନ ସୁନିତା ପାଟୋଡିଆ, ରୋଟାରୀଆନ କେ. ଲକ୍ଷ୍ମୀ, ରୋଟାରୀଆନ କୱଲଜିତ କୌର, ରୋଟାରୀଆନ ଡ. କେ ବିଶ୍ୱନାଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଡିଜିଇ ରୋଟାରୀଆନ ଆଲମ ସିଂହ ରୂପରା, ରୋଟାରୀ କ୍ଲବ ଅଫ୍ ରାଉରକେଲା ରୟାଲ ଏଜି ରୋଟାରୀଆନ ରଶ୍ମି ଅଗ୍ରୱାଲ ରୋଟାରୀ କ୍ଲବ ଅଫ୍ ରାଉରକେଲା କୁଇନ୍ ରୋଟାରୀଆନ ପି.କେ. ବର୍ମା, ରାଉରକେଲା ମିଡ୍ ଟାଉନ୍ ରୋଟାରୀ କ୍ଲବର ରୋଟାରୀଆନ ଅଙ୍କିତ କେଡିଆ, ରାଉରକେଲା ମିଡ୍ ଟାଉନ୍ ରୋଟାରୀ କ୍ଲବ ପ୍ରମୁଖ ଉପସ୍ଥିତ ରହିବା ସହ ଶିବିର ପରିଦର୍ଶନ ଓ ବ୍ୟବସ୍ଥା ସମୀକ୍ଷା କରିଥିଲେ ଏବଂ ବ୍ୟକ୍ତିଗତ ଭାବରେ ବିଏମ୍ଡି ପରୀକ୍ଷା କରିଥିଲେ । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍)ର ଅଧିକାରୀମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଏକ ସଫଳ ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ୱୀକୃତି ଦେଇଥିଲେ । ସେମାନେ ଭବିଷ୍ୟତରେ ସମାନ ଶିବିର ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ବିଶେଷକରି ବାର୍ଦ୍ଧକ୍ୟ ଜନସଂଖ୍ୟାର ଲାଭ ଉଠାଇବା ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବା କଭରେଜ୍ ବିସ୍ତାର କରିବା ପାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ଶକ୍ତି ପ୍ରସାଦ ପାଢ଼ୀ, ଗୁରୁଦତ୍ତ ପୁରୋହିତ, ଶକ୍ତି ପ୍ରସାଦ ମହାପାତ୍ର, ଡ଼ା. ଗୌରବ କୁମାର ପଟ୍ଟନାୟକ, ଡା. ସିଦ୍ଧାନ୍ତ ସିଂ, ଡ଼ା. ବିଶ୍ୱସାରଥୀ ଭୋଇ ଓ ଅନ୍ୟାନ୍ୟ ପାରାମେଡିକାଲ ଷ୍ଟାଫ୍, ଔଷଧ ବିଶେଷଜ୍ଞ ଓ ଲ୍ୟାବ ଟେକନିସିଆନମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।