ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଶ୍ରମିକ ସଂଘର ବନ୍ଧୁମିଳନ ମହାଆଡମ୍ବରରେ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ୟୁନିୟନ, ରାଉରକେଲା ଶ୍ରମିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଅବସରରେ ଶ୍ରମିକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ମହାଭୋଜିର ଆୟୋଜନ କରାଯାଇଥିଲା । ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଉପସଭାପତି ନିହାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ (ଏଚ୍ ଆର୍) ତରୁଣ ମିଶ୍ର, ଇସ୍ପାତ କାରଖାନାର ପୂର୍ବ ନିର୍ଦ୍ଦେଶକ ପ୍ରତନୁ ଭୌମିକ, ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଂଜନ ପଲେଇ, ଆଇଜିଏଚର ନିର୍ଦ୍ଦେଶକ ଡାକ୍ତର ଜୟନ୍ତ ଆଚାର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଶ୍ରମିକ ସଂଘର ଅକ୍ଷୟ ଜେନା, ଦିଲ୍ଲୀପ ମହାପାତ୍ର, ବୀରକିଶୋର ଶେଖର ଦେଓ, ପ୍ରତାପ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତ ଅତିଥିମାନଙ୍କୁ ଆପ୍ୟାୟିତ କରାଇଥିଲେ । ରାଉରକେଲା ଶ୍ରମିକ ସଂଘର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଆତିଥେୟତା ପାଇଁ ଶ୍ରମିକ ସଂଘକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.