- ଜଣେ ମୃତ, ଦୁଇ ଗୁରୁତର
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ଚଞ୍ଚରାମାଲର ତିନିଜଣ ଛାତ୍ର ବାଇକ ଯୋଗେ ଜୟପାଟଣା ଆସୁଥିବା ବେଳେ ବାଟରେ ବାଇକ ଭାରସାମ୍ୟ ହରାଇ ଏକ ପୋଲ ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି । ଖବରରୁ ପ୍ରକାଶ ଯେ, ଶୁକ୍ରବାର ସକାଳୁ ଦଶମ ପରୀକ୍ଷାରେ ନିଜର ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଚାଞ୍ଚରାମାଲର ରୋହିତ ଦୁର୍ଗା, ନିତେଶ ପାନ, ଓ ହୀରାପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ତୋଫାନ ପାନ ଏକ ବାଇକର ଜୟପାଟଣା ଆସୁଥିଲେ । ବାଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାପରେ ତୋଫାନ (୧୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଜୟପାଟଣା ଚିକିତ୍ସା ପାଇଁ ଅଣାଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନା ପଠାଯାଇଥିଲା । ତୋଫାନଙ୍କ ଶବକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।