ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗରେ ଓଡ଼ିଆ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନରେ ବୀର ମହାରାଜ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେଠ ଲୋକ ଗୀତରେ ସାମାଜିକ ବାସ୍ତବତା ଉପରେ ଆଲୋଚନା କରିଥିବା ବେଳେ ସରକାରୀ ଡ଼ିଗ୍ରୀ ମହାବିଦ୍ୟାଳୟ ବଲାଙ୍ଗିରର ଡ଼. ଶ୍ରୀକାନ୍ତ କୁମାର ବାରିକ ସ୍ୱାଧୀନତା ପରବତ୍ର୍ତ୍ତୀ ଓଡ଼ିଆ କବିତାର ଆଙ୍ଗିକ ବୈଚିତ୍ର୍ୟ ବିଷୟରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ବିଜୟ କୁମାର କଲେଟ୍ ସଭାପତିତ୍ୱ କରିଥିବା ବେଳେ ଡ଼. ଅଜିତ କୁମାର ଭୋଇ ସଂଯୋଜନା କରିଥିଲେ । ଡ଼. ଲକ୍ଷ୍ମଣ କୁମାର ମେହେର ସ୍ୱାଗତ ସମ୍ଭାଷଣ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ, ବିଜ୍ଞଶ୍ରୀ ଗୁରୁ, ବାରିଧି ତ୍ରିପାଠୀ, ଲିସାରାଣୀ କଠାର, ଆଶିଷ ସା, ପ୍ରମୋଦ ମହାକୁର ଉପସ୍ଥିତ ଥିବାବେଳେ କଲେଜର ସମସ୍ତ କର୍ମଚାରୀଙ୍କ ସହଯୋଗ ଥିଲା । ବିଭାଗର ସମସ୍ତ ଛାତ୍ରଛାତ୍ରୀ ତିନିଦିନ ପୂର୍ବରୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । କାର୍ଯ୍ୟକ୍ରମ ଶେଷରେ ଶେଷ ବର୍ଷର ଛାତ୍ରୀ ଝରଣା ମହଲା ଧନ୍ୟବାଦ ଅର୍ପଣ କରିଥିଲେ ।