ହରିହରାନନ୍ଦ ଧ୍ୟାନ ମନ୍ଦିରର ୧୮ତମ ପ୍ରତିଷ୍ଠା ଦିବସ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲଗୁଡା ଗ୍ରାମ ଠାରେ ଥିବା କ୍ରିୟାଯୋଗ ଆଶ୍ରମ ହରିହରାନନ୍ଦ ଧ୍ୟାନ ମନ୍ଦିରର ୧୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ କ୍ରିୟାଯୋଗ ମୁଖ୍ୟ ତଥା ବିଶ୍ୱ ପ୍ରସିଦ୍ଧ କ୍ରିୟାଯୋଗୀ ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସହ ସ୍ୱାମୀ ଅରୂପାନନ୍ଦ ଗିରି ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ଗିରି, ସ୍ୱାମୀ ବ୍ରହ୍ମଜ୍ଞାନାନନ୍ଦ ଗିରି, ସ୍ୱାମୀ ବିଜ୍ଞାନାନନ୍ଦ ଗିରି ତଥା ହରିହରାନନ୍ଦ ଗୁରୁକୁଳମ ବାଲିଘାଇ ପୁରୀ ଓ ପ୍ରଜ୍ଞାନ ମିଶନ ଜଗତପୁର କଟକରୁ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ । ତିନିଦିନ ବ୍ୟାପି ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ପ୍ରବଚନ, କ୍ରିୟାଯୋଗ ଦୀକ୍ଷା ପ୍ରଦାନ, ଗୁରୁ ପାଦୁକା ପୂଜା ଓ ହବନ ଆଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କ୍ରିୟାବାନ ଓ ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ରହି ଗୁରୁ ଦର୍ଶନ କରିବା ସହ ଗୁରୁକୃପା ଲାଭ କରିଥିଲେ ।

Leave A Reply

Your email address will not be published.