ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଶ୍ରୀକ୍ଷେତ୍ର ପ୍ରତିଭା ସମାରୋହ ଏଂବ ବସନ୍ତ ଉତ୍ସବ – ୨୦୨୬

ଭୁବନେଶ୍ୱର : ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସ୍ତରୀୟ ବନ୍ଧୁ ମିଳନ ଜଗନ୍ନାଥ ଧାମ ପୁରୀ ଠାରେ ଆୟୋଜିତ ହୋଇଯାଇଛି । ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ “ଶ୍ରୀକ୍ଷେତ୍ର ପ୍ରତିଭା ସମାରୋହ – ୨୦୨୬” ଅତ୍ୟନ୍ତ ଆଡମ୍ବରମୟ ଏବଂ ସାଂସ୍କୃତିକ ମାହୋଲରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସଂସ୍ଥାର ସଂସ୍ଥାପକ ଓ ଅଧ୍ୟକ୍ଷ ଡ.. ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନ, ଦୃଷ୍ଟିନିର୍ଦ୍ଦେଶ ଓ ନେତୃତ୍ୱରେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମଟି ପଣ୍ଡିତ ପ୍ରଶାନ୍ତ କୁମାର ଶତପଥିଙ୍କ ମଙ୍ଗଳାଚରଣ ଓ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିଲା । ପରେ ସଂସ୍ଥାପକ ଓ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ପଣ୍ଡା ମଞ୍ଚରେ ଉପସ୍ଥିତ ହୋଇ ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ ବର୍ଷର ସୁବର୍ଣ୍ଣ ଯାତ୍ରା, ସାମାଜିକ ସେବା, ସଂସ୍କୃତିକ ଉନ୍ନୟନ ଓ ମାନବିକ କାର୍ଯ୍ୟକଳାପ ବିଷୟରେ ପ୍ରେରଣାଦାୟକ ଉଦ୍‌ବୋଧନ ରଖିଥିଲେ । ଗରିମାମୟ ଅତିଥିମାନେ ଏହି ଅବସରରେ ବିଶିଷ୍ଟ ଅତିଥି ଚାଇଲ୍‌ଲ୍ଡ ୱେଲଫେୟାର କମିଟି ପୁରୀର ଅଧ୍ୟକ୍ଷ ଡ. ଅଜିତ କୁମାର ମହାପାତ୍ର, ଆଦିମାତା କଳ୍ପନା, ଆଧ୍ୟାତ୍ମିକ ସଂସ୍କାରକ, ଏଚ୍‌ଏମ୍‌ଆଇ ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଲୋକନାଥ ମିଶ୍ର, ଓଲିଉଡ଼୍‌ ଫିଲ୍ମ ଆର୍ଟିଷ୍ଟ ଜୟପୁରରୁ ଜୟନ୍ତ ସନ୍ତ୍ରା, ହମି ରାଜ୍ୟ ପ୍ରତିନିଧି ପୁରୀରୁ କାନନ ବାଳା ନାୟକ, ନୟାଗଡ଼ ବିଶିଷ୍ଟ ସାହିତ୍ୟିକା ଡ. ରୋଜାଲିନ ସେନାପତି, କଟକର ସାମାଜିକ କର୍ମୀ, କୋଲକାତାର ସାମାଜିକ୍କ -ସାଂସ୍କୃତିକ କର୍ମୀ ସରୋଜ ମହାନ୍ତି, ଜଗତସିଂହପୁର ଶିକ୍ଷାବିତ ଡ. ବସୁମତୀ ଶତପଥି, କଟକର ସାମାଜିକ କର୍ମୀ ରଶ୍ମି କାନୁନଗୋ, ଭୁବନେଶ୍ୱରର ଶିକ୍ଷାବିତ୍‌ ରବି ମହାରଣା, ବରଗଡରୁ ଶିକ୍ଷାବିତ ଦୋଳମଣି ଶତପଥି ସମସ୍ତ ଅତିଥିମାନେ ସଂସ୍ଥାର ସାମାଜିକ କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ନିଜ ମତାମତ ପ୍ରକାଶ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ସମାରୋହରେ ଅନେକ ସାଂସ୍କୃତିକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଓଡିଶା ଦେବାଦାସୀ ବେଜେତା ଝବସଦ୍ଭଚ୍ଚ ଝସକ୍ଷଳଚ୍ଚ ରାଉରକେଲାରୁ, ଭାଇରାଲ କବି କୃଷ୍ଣେନ୍ଦୁ ହୋତା, ବଲାଙ୍ଗିରରୁ, ଭାଇରାଲ ବୟ ସନ୍ତୋଷ ଦଳେଇ ପୁରୀରୁ, ରାଉରକେଲାରୁ ସାଇ ଶ୍ରୁତିଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ସହ ସମ୍ମାନିତ ହୋଇଥିଲେ । ବିଶେଷ ଆକର୍ଷଣ ଗୁରୁ ଭାରତ ଓ ତାଙ୍କ ଦଳଙ୍କ ରଣପା ନୃତ୍ୟ ପ୍ରଦର୍ଶନ କରିବା ସହ ସମ୍ମାନିତ ହୋଇଥିଲେ । ଭାରତର ବିଭିନ୍ନ ସ୍ଥାନରୁ ୧୫୦ରୁ ଅଧିକ ପ୍ରତିନିଧି ଏହି ଅବସରରେ ଯୋଗଦେଇ ବସନ୍ତ ଉତ୍ସବକୁ ଗୀତ, ନୃତ୍ୟ ଓ କବିତା ମାଧ୍ୟମରେ ଉତ୍ସବମୟ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ଉତ୍ସାହମୟ ଭାବରେ ସଂଚାଳନ କରିଥିଲେ ପ୍ରସିଦ୍ଧ ମଞ୍ଚ ଚାଳକ ଶିବାନନ୍ଦ ବାରିକ । ସଦସ୍ୟମାନଙ୍କ ମଧ୍ୟରୁ ଡ. ମନୋଜ ଛୋଟରାୟ, ଡ. ଦିଲ୍ଲୀପ ପଟ୍ଟନାୟକ, ଶଶିଭୂଷଣ ପାତ୍ର, ପ୍ରମୋଦ ନାୟକ, ଦୁଷ୍ମନ୍ତ ରାଉତରାୟ, ଗଗନ ଆଚାର୍ଯ୍ୟ, ଉର୍ମିଳା ମହୋତ, ସଂଜୁତା ସାହୁ, ମଞ୍ଜୁଳା ତ୍ରିପାଠୀ, ସସ୍ମିତା ପ୍ରଧାନ, ବିଭାଷିନୀ ପଟ୍ଟନାୟକ, ଡ. ଜ୍ୟୋତ୍ସ୍ନା ପଣ୍ଡା, ଉପେନ୍ଦ୍ର ବିଶ୍ୱାଳ, ବିଜୟ ମହାପାତ୍ର, ବେବି ପଟ୍ଟନାୟକ, ରେଭେନ୍ଦ୍ର ସିଂ, ବିବେକ ତ୍ରିପାଠୀ ଓ ଅନ୍ୟ ପ୍ରତିଭାବନ ବ୍ୟକ୍ତି ବେଶେଷ ମଞ୍ଚ ଉପରେ ସୁସମ୍ମାନିତ ହୋଇଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ମିଳିତ ଭାବେ କାର୍ଯ୍ୟକ୍ରମଟି ସଫଳ କରିବାରେ ସହଯୋଗ କରିଥିଲେ । “ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ – ୨୦୨୬” କେବଳ ପ୍ରତିଭାଙ୍କୁ ସମ୍ମାନ ଦେବାର ମଞ୍ଚ ନୁହେଁ, ବରଂ ସାମାଜିକ ସେବା, ସଂସ୍କୃତି ଓ ଜାତୀୟ ଏକତାର ଏକ ଅଦ୍ଭୁତ ଉତ୍ସବ ରୂପେ ପରିଣତ ହୋଇଥିଲା ।

Leave A Reply

Your email address will not be published.