jsm

ବିଶ୍ୱ ମାତୃଭାଷା ଦିବସ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାସଦନର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ମୋନାଲିସା ଗୌଡ଼ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲ୍‌ଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ୱାଳ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖାର ସଭାପତି ବିଜୟିନୀ ଜେନା, ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦର ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତ ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ମାତୃଭାଷା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି, ଅତିଥି ସମୁହ, ମୁଖ୍ୟବକ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମାତୃଭାଷା ହେଉଛି ହୃଦୟର ଭାଷା । ଭାଷା ବିନା କଳା, ସାହିତ୍ୟ, ସଂସ୍କୃତି ମୂଲ୍ୟହୀନ । ପ୍ରତ୍ୟେକ ଜାତି ତାର ଭାଷା ଓ ସାହିତ୍ୟକୁ ନେଇ ଗର୍ବିତ । ମାତୃଭାଷା ମାଧ୍ୟମରେ ଜଣେ ବ୍ୟକ୍ତି ଅତି ସୁନ୍ଦର ଭାବରେ ହୃଦୟର ଭାବକୁ ବ୍ୟକ୍ତ କରିପାରେ । ଭାଷାର ମର୍ଯ୍ୟାଦା, ଭାଷାର ବିବିଧତା ଓ ସାଂସ୍କୃତିକ ଏକତାକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମାତୃଭାଷା ଦିବସ ପାଳନ କରାଯାଏ । ବ୍ୟକ୍ତିତ୍ୱ ଗଠନରେ ମାତୃଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମଗ୍ର ବିଶ୍ୱରେ ୭୨୫୯ଟି ଭାଷା ଥିବାବେଳେ ଆମ ଓଡିଆ ଭାଷା ୩୭ତମ ଭାଷା ରୂପେ ମାନ୍ୟତା ପାଇଛି । ନିଜ ଭାଷାକୁ ଭଲପାଅ ମାତ୍ର ଅନ୍ୟ ଜାତି, ଧର୍ମ, ଭାଷାକୁ ସମ୍ମାନ ଦେବା ସହ ଆମ ଓଡିଆ ଭାଷାକୁ ସବୁ ସ୍ତରରେ ବ୍ୟବହାର କରିବା ପାଇଁ ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ତପସ୍ୱିନୀ ସ୍ୱାଇଁ, ସବିତା ମିଶ୍ର ଓ ଛାତ୍ରୀ ତପୁ ହରିପାଲ, ତେଜସ୍ୱିନୀ ନାୟକ, ସୁଚିସ୍ମିତା ଶତପଥୀ ପ୍ରମୁଖ ବିଶ୍ୱ ମାତୃଭାଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶ୍‌ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତରଦାତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ନିହାରିକା ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷା ସଦନର ଶିକ୍ଷୟିତ୍ରୀ ଶିକ୍ଷକ ଶ୍ରୀବତ୍ସ ସାମଲ, କୃତିଦୀପା ସାହୁ, ମମତା ମତଗଜ ସିଂ, ମୀନାକ୍ଷୀ ଦାସ, ପ୍ରିୟଙ୍କା ମହାରଣା, ପ୍ରଣିତା ମହାନ୍ତି, ସନ୍ଦୀପ ପାଢ଼ୀ, ନୋଭାଲିନା ସାହୁ, ନିଳୀମା ମହାପାତ୍ର, ପ୍ରଭାବତୀ ଦଣ୍ଡିଆ, ଜ୍ୟୋସ୍ନା ଦାସ, ଶୁଭ୍ରଲତା ବେହେରା, ଜ୍ୟୋସ୍ନାମୟୀ ପୁହାଣ, ରତ୍ନମଞ୍ଜରୀ ରଥ, ତାପସୀ ଚକ୍ରବର୍ତ୍ତୀ, ଜ୍ଞାନେଶ୍ୱରୀ ପଣ୍ଡା, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ତଥା ଅଞ୍ଜଳି ପାତ୍ର, ଜୟନ୍ତୀ ଦିକ୍ଷୀତ ଓ ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.