ବାରିପଦା, (ଦେବସ୍ମିତ ଚୌଧୁରୀ) ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ୧ମ ମ୍ୟାଚରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ୨୬ ରନରେ ରୁଦ୍ରାକ୍ଷ ଦଳକୁ ପରାସ୍ତ କରିଥିଲା ଓ ପ୍ରଥମେ ବ୍ୟାଟିଂ କରି ଭାମ୍ପାୟାର ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୪୯ ରନ କରିଥିବା ବେଳେ ରୁଦ୍ରାକ୍ଷ ଦଳ ୧୨ ଓଭରରେ ୪ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିପାରିଥିଲେ ଓ ଭାମ୍ପାୟାର ଦଳର ମନୋଜ କୁମାର ସି ସର୍ବାଧିକ ୩୧ ରନ ଓ ଦୁଷ୍ମନ୍ତ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ ଓ ରୁଦ୍ରାକ୍ଷ ଦଳର ରାଜୁ ବେହେରା ସର୍ବାଧିକ ୨୬ ରନ ଓ ଯଶୋବନ୍ତ ମାଝୀ ୪ଟି ଓ ରାକେଶ ଶର୍ମା ୩ଟି ଉଇକେଟ ଅକ୍ତିଆର କରିଥିଲେ ଓ ୨ୟ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୧୫ ରନରେ ଜଗନ୍ନାଥ ୱରିୟାରକୁ ପରାସ୍ତ କରିଥିଲା ଓ ମୟୁରଭଞ୍ଜ ରୟାଲସ ୧୨ ଓଭରରେ ୫ ଉଇକେଟ ହରାଇ ୧୮୨ ରନ କରିଥିବା ବେଳେ ଜଗନ୍ନାଥ ୱରିୟାର ୧୨ ଓଭର ରେ ୮ ଉଇକେଟ ହରାଇ ୧୬୭ ରନ କରିପାରିଥିଲେ ଓ ମୟୁରଭଞ୍ଜ ରୟାଲସର ଅମିତ ବାରିକ ସର୍ବାଧିକ ୬୬ ରନ ଓ ଆଜାଜୁଲ ୪ ଟି ଉଇକେଟ ନେଇଥିବା ବେଳେ ଜଗନ୍ନାଥ ୱରିୟାରର ଦିବ୍ୟେଶ ମହାନ୍ତି ସର୍ବାଧିକ ୬୦ ରନ ଓ ଉପେନ୍ଦ୍ର ନାୟକ ୪ଟି ଉଇକେଟ ଅକ୍ତିଆର କରିଥିଲେ ଓ ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ ଓ ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ପୂର୍ବ ଦିନର ୩ୟ ମ୍ୟାଚରେ ପ୍ଲେ ବେକ ଦଳ ୫ ଉଇକେଟରେ ମୟୁରଭଞ୍ଜ ରୟାଲସକୁ ଓ ୪ର୍ଥ ମ୍ୟାଚରେ ମହାକାଲ ୨୬ ରନରେ ପରି ଚାଲେଞ୍ଜର ଦଳକୁ ପରାସ୍ତ କରିଥିଲା ଓ ଅତିଥି ଭାବେ ଯୋଗଦେଇ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ ଉପସ୍ଥିତ ଥିଲେ ଓ
Prev Post